www.samajalive.in
Thursday, December 11, 2025
16.1 C
Bhubaneswar

କମ୍ ସମୟରେ ସବୁଠାରୁ ଅଧିକ ଆୟ କରିଥିବା ଚଳଚ୍ଚିତ୍ର ତାଲିକାରେ ଚତୁର୍ଥ ସ୍ଥାନ ହାସଲ କରିବ ‘ମିଶନ ମଙ୍ଗଳ’

ମୁମ୍ବଇ : ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ମିଶନ ମଙ୍ଗଳ’ ବକ୍ସ ଅଫିସରେ ଜବରଦସ୍ତ ଆୟ ଜାରି ରଖିଛି। ଖୁବ୍‌ଶୀଘ୍ର ଏହା ୨୦୧୯ର ଚତୁର୍ଥ ସବୁଠାରୁ ଅଧିକ ଆୟ କରିଥିବା ଚଳଚ୍ଚିତ୍ର ହେବାକୁ ଯାଉଛି। ‘ମିଶନ ମଙ୍ଗଳ’ ୧୦ ଦିନରେ ୧୪୯.୩୧ କୋଟି ଟଙ୍କାର ବ୍ୟବସାୟ କରିଛି। ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ ଟ୍ବିଟର ଜରିଆରେ ଚଳଚ୍ଚିତ୍ରର ଆୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଛନ୍ତି। କମ୍ ସମୟ ମଧ୍ୟରେ ସବୁଠାରୁ ଅଧିକ ଆୟ କରିଥିବା ଚଳଚ୍ଚିତ୍ର ତାଲିକାରେ ‘ମିଶନ ମଙ୍ଗଳ’ ଚତୁର୍ଥ ସ୍ଥାନ ଅଧିକାର କରିବାକୁ ଆଉ ମାତ୍ର କିଛି ପାଦ ଦୂରରେ ଅଛି। ଏହା ଉପରେ କ୍ରମାଗତ ଭାବେ କବୀର ସିଂହ, ଉରୀ, ଭାରତ ଏବଂ କେସରୀ ରହିଛି। ତରଣଙ୍କ କହିବାନୁସାରେ, ରବିବାର କେସରୀକୁ ପଛରେ ପକାଇ ‘ମିଶନ ମଙ୍ଗଳ’ ଚତୁର୍ଥ ସ୍ଥାନ ଗ୍ରହଣ କରିବ।
ଜଗନ ଶକ୍ତିଙ୍କ ନିର୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଅକ୍ଷୟଙ୍କ ବ୍ୟତୀତ ବିଦ୍ୟା ବାଲନ, ତାପସୀ ପନ୍ନୁ, କୀର୍ତ୍ତି କୁହ୍ଲାରୀ, ସୋନାକ୍ଷୀ ସିହ୍ନା, ନିତ୍ୟା ମେନନ ଏବଂ ଶରମନ ଜୋଶୀ ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories