www.samajalive.in
Thursday, December 11, 2025
13.1 C
Bhubaneswar

ଜାଣନ୍ତୁ କେଉଁ ବାରରେ କେଉଁ ଦ୍ରବ୍ୟ ଗ୍ରହଣ କଲେ ଆସେ ଦୁର୍ଭାଗ୍ୟ  

ଭିନ୍ନ ଭିନ୍ନ ଦ୍ରବ୍ୟ ଦାନ ଦେବା ଓ ଗ୍ରହଣ କରିବା ଏହା ସର୍ବଦା ଦେଖିବାକୁ ମିଳିଥାଏ। ମାତ୍ର ଏହା ଉପରେ କେତେକ ନିୟମ ରହିଛି। ଏପରି ବହୁ ଦ୍ରବ୍ୟ ଅଛି ଯାହାକୁ ବାର ଅନୁଯାୟୀ ଗ୍ରହଣ କରିବା ଉଚିତ ନୁହେଁ। ଏହା ଦ୍ୱାରା ଆମର ବହୁ କ୍ଷତି ଘଟିଥାଏ।  ଜାଣନ୍ତୁ ଏହା ବିଷୟରେ….

ସୋମବାର –
ଏହି ବାରରେ କାହାଠାରୁ କ୍ଷୀର ଆଣନ୍ତୁ ନାହିଁ  କିମ୍ବା କେହି ଦେଲେ ମଧ୍ୟ ଗ୍ରହଣ କରନ୍ତୁ ନାହିଁ। ଏହା ଦ୍ୱାରା ଭାଗ୍ୟରେ ଥିବା ଭଲ ସମୟ କ୍ଷୟ ହୋଇ ଦୁର୍ଭାଗ୍ୟ ଆସିଥାଏ।

- Advertisement -

ମଙ୍ଗଳବାର –
ଏହି ଦିନ କେହି ମିଠା ହେଲେ ଗ୍ରହଣ କରନ୍ତୁ ନାହିଁ। ଏହା ଦ୍ୱାରା ଆପଣଙ୍କ କର୍ମ କ୍ଷେତ୍ରରେ କୁପ୍ରଭାବ ପଡ଼ିଥାଏ। 

ବୁଧବାର –
ଏହି ବାରରେ ଅଣ୍ଡା ଓ ସବୁଜ ପନିପରିବା କେହି ଦେଲେ ଆଣନ୍ତୁ ନାହିଁ। ଏହା ଦ୍ୱାରା ଗୃହରେ ଅଶାନ୍ତି ଲାଗିରହେ। 

ଗୁରୁବାର –
ଏହି ବାରରେ କାହା ଠାରୁ କୌଣସି ହଳଦିଆ ଦ୍ରବ୍ୟ ଦାନ ଭାବେ ଗ୍ରହଣ କରନ୍ତୁ ନାହିଁ। ଏହା ଦ୍ୱାରା ଧନ ହାନି ହେବା ସହ ଶରୀର ଅସୁସ୍ଥ ହୋଇଥାଏ। 

ଶୁକ୍ରବାର –
ଏହି ବାରରେ କାହା ଠାରୁ ସେଣ୍ଟ୍‍, ରୁମାଲ୍‍ ଓ ଫୁଲ ଗ୍ରହଣ କରନ୍ତୁ ନାହିଁ। ଏହା ଦ୍ୱାରା ଆପଣଙ୍କୁ ଅଶୁଭ ଫଳ ମିଳିଥାଏ। 

ଶନିବାର –
ଏହି ବାରରେ କାହା ଠାରୁ ଲୁହା ଗ୍ରହଣ କରନ୍ତୁ ନାହିଁ। ଏହା ଦ୍ୱାରା ଆପଣଙ୍କ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ। ପରିବାରରେ ସଭିଁଙ୍କ ଶରୀର ଅସୁସ୍ଥ ରହିଥାଏ। 

ରବିବାର –
ଏହି ବାରରେ କାହାଠାରୁ ଅଟା, ସୁଜି ଆଦିରେ ପ୍ରସ୍ତତ ଖାଦ୍ୟ ଓ ତମ୍ବାରେ ତିଆରି ବସ୍ତୁ ଗ୍ରହଣ କରନ୍ତୁ ନାହିଁ। ଏହା ଦ୍ୱାରା ପରିବାରରେ ଅଶାନ୍ତି ଲାଗି ରହିବା ସହ ଧନ ହାନି ହୋଇଥାଏ। 

ଏହି ସବୁ ଦ୍ରବ୍ୟ ବ୍ୟତୀତ ଯଦି କେହି ଧଳା ରଙ୍ଗର ମିଠା ଦିଏ, ତେବେ ସେଥିରୁ କିଛି ପ୍ରଥମେ ବାହାରେ ପକାନ୍ତୁ। ଏହା ପରେ ଗ୍ରହଣ କରନ୍ତୁ। ଏହା ଦ୍ୱାରା ଆପଣଙ୍କ ଉପରେ ଏହାର କୁପ୍ରଭାବ ପଡ଼ି ନଥାଏ। 

ଲେମ୍ବୁ –
କାହାଠାରୁ ଲେମ୍ବୁ ମଧ୍ୟ ଉଦ୍ଧାର ନେବା ଉଚିତ ନୁହେଁ ,ଏହା ଦ୍ୱାରା ପରିବାର ଓ ସଂପର୍କୀୟଙ୍କ ମଧ୍ୟରେ ସଂପର୍କରେ ତିକ୍ତତା ଆସିଥାଏ। 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories