www.samajalive.in
Tuesday, December 9, 2025
26.1 C
Bhubaneswar

ନୃଶଂସ ପାଲଟିଗଲେ ଯବାନ; ୩ବର୍ଷର ଶିଶୁକୁ ତଳେ କଚାଡ଼ି ହତ୍ୟା କଲେ

ରାଞ୍ଚି: ଝାଡ଼ଖଣ୍ଡରେ ପୁଲିସ ଏବଂ ଯବାନମାନେ କାର୍ଯ୍ୟାନୁଷ୍ଠାନ ନାମରେ ନୃଶଂସତାର ସୀମା ଟପିଯାଇଛନ୍ତି। ରାତିଅଧିଆ ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରିବା ବେଳେ ତାଙ୍କର ଏକ ୩ବର୍ଷର ଶିଶୁକୁ ତଳେ କଚାଡ଼ି ହତ୍ୟା କରିଛନ୍ତି। ପିଲାଟିର ବାପା ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଝାଡ଼ଖଣ୍ଡର ପଲାମୁ ଜିଲା ଅନ୍ତର୍ଗତ ବକୋରିଆ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ଅଭିଯୋଗ ମୁତାବକ, ମନିକା ଥାନା ପୁଲିସ ଏବଂ ସିଆରପିଏଫ ଯବାନଙ୍କ ଏକ ଟିମ୍‌ ବକୋରିଆ ଅଞ୍ଚଳରେ ଜେଜେଏମପି ସଂଗଠନର ମାଓବାଦୀ ଲୁଚି ରହିଥିବା ସନ୍ଦେହରେ ଚଢ଼ାଉ କରିଥିଲେ। ରାତି ପ୍ରାୟ ୧ଟାରେ ସେମାନେ ଜଣେ ବ୍ୟକ୍ତିଙ୍କ ଘର କବାଟ ବାଡ଼େଇଥିଲେ। ଭୟରେ ସମ୍ପୃକ୍ତ ବ୍ୟକ୍ତି ଏକ ବାକ୍ସ ଭିତରେ ଲୁଚି ଯାଇଥିଲେ। ଘରର କବାଟ କେହି ନ ଖୋଲିବାରୁ ଜଣେ ଯବାନ ସ୍କାଏଲାଇଟ ବାଟ ଦେଇ ଘରେ ପଶି ଭିତରପଟୁ କବାଟ ଖୋଲିଥିଲେ। ଏହା ପରେ ପୁଲିସ ଓ ଅନ୍ୟ ଯବାନମାନେ ଘର ଭିତରେ ପଶି ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ତ୍ରୀଙ୍କୁ ପଚରାଉଚରା କରିଥିଲେ। ସ୍ତ୍ରୀ ଯବାନମାନଙ୍କୁ ଘରେ ପଶିବାକୁ ବାରଣ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଜଣେ ଯବାନ ତାଙ୍କ ସ୍ତ୍ରୀଙ୍କ ହାତରୁ ୩ବର୍ଷର ଶିଶୁଟିକୁ ଛଡ଼ାଇ ଆଣି ତଳେ କଚାଡ଼ି ଦେଇଥିଲେ। ଘଟଣା ସ୍ଥଳରେ ପିଲାଟିର ମୃତ୍ୟୁ ଘଟିଥିଲା। ଏହା ପରେ ଯବାନମାନେ ତାଙ୍କୁ ବନ୍ଧୁକ ଦେଖାଇ ଭିତରପଟୁ କବାଟ ଦେବାକୁ କହି ଚାଲିଯାଇଥିଲେ। ଶନିବାର ସକାଳେ ସମ୍ପୃକ୍ତ ବ୍ୟକ୍ତି ଏବଂ ତାଙ୍କ ସ୍ତ୍ରୀ ସତବରୱା ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତ ଥାନା ଅଧିକାରୀ ପ୍ରଭାକର ମୁଣ୍ଡା କହିଛନ୍ତି ଯେ, ଚଢ଼ାଉ ସମୟରେ ତାଙ୍କ ଥାନାର କୌଣସି ପୁଲିସ କର୍ମଚାରୀ ନ ଥିଲେ। ସିଆରପିଏଫ ଯବାନମାନେ ଚଢ଼ାଉ କରିବାକୁ ଯାଇଥିଲେ। ଏହି ମାମଲାରେ ପୁଲିସର କୌଣସି ସମ୍ପର୍କ ନାହିଁ।

- Advertisement -

ଏସପି ଅଜୟ ଲିଣ୍ଡା କହିଛନ୍ତି, ପିଲାଟିର ବାପାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ କରାଯିବ। ଯିଏବି ଦୋଷୀ ଜଣାପଡ଼ିବ, ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Hot this week

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

Related Articles

Popular Categories