ଆସନ୍ତୁ ଜାଣିବା ଅରୁଣ ଜେଟଲୀଙ୍କ ପରିବାର ବିଷୟରେ କିଛି ରୋଚକ ତଥ୍ୟ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଦେହାନ୍ତ ଶନିବାର ଅପରାହ୍ନ ୧୨.୦୭ ରେ ଦିଲ୍ଲୀସ୍ଥିତ ଏମସ୍‍ ରେ ହୋଇଛି। ଅରୁଣ ଜେଟଲୀଙ୍କ ଭଳି ଜଣେ କୁଶଳ ଏବଂ ଦକ୍ଷ ରାଜନେତାଙ୍କୁ ହରାଇଛି ଭାରତ ବର୍ଷ। ଅରୁଣ ଭାରତୀୟ ରାଜନୀତିରେ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିଥିଲେ। ଅରୁଣ ଜେଟଲୀ ୧୯୫୨ ମସିହା ଡିସେମ୍ବର ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ଅରୁଣଙ୍କ ପିତାଙ୍କ ନାମଥିଲା ମହାରାଜ କିଶନ ଜେଟଲୀ ଏବଂ ମାତାଙ୍କ ନାମଥିଲା ରତନ ପ୍ରଭା ଜେଟଲୀ। ଅରୁଣଙ୍କ ପିତା ମହାରାଜ କିଶନ ଜେଟଲୀ ପେସାରେ ଓକିଲ ଥିଲେ। ଅରୁଣ ଜେଟଲୀଙ୍କ ପାଠପଢା ଆରମ୍ଭ ହୁଏ ଦିଲ୍ଲୀସ୍ଥିତ ସେଣ୍ଟ ଜାଭିଅର ସ୍କୁଲରୁ। ଏହାପରେ ଶ୍ରୀ ରାମ କଲେଜ ଅଫ କମର୍ସରୁ ଗ୍ରାଜୁଏସନ ଡିଗ୍ରୀ ହାସଲ କରିଥିଲେ। ଦିଲ୍ଲୀ ୟୁଉନିଭର୍ସିଟି ଆଇନ ଡିଗ୍ରୀ ହାସଲ କରିଥିଲେ ଅରୁଣ ଜେଟଲୀ। ୧୯୮୨ ମସିହାରେ ଅରୁଣ ଜେଟଲୀଙ୍କ ବିବାହ ସଙ୍ଗୀତାଙ୍କ ସହ ହୋଇଥିଲା। ତାଙ୍କର ଦୁଇ ସନ୍ତାନ ମଧ୍ୟରେ ପୁଅ ରୋହନ ଏବଂ ଝିଅ ସୋନାଲୀ। ଅରୁଣଙ୍କ ପରି ତାଙ୍କର ପୁଅ ଝିଅ ମଧ୍ୟ ପେସାରେ ଓକିଲ। ୨୦୧୫ ମସିହାରେ ଅରୁଣ ଜେଟଲୀଙ୍କ ଝିଅ ସୋନାଲୀ ତାଙ୍କର ବିବାହ ସମୟରେ ଚର୍ଚ୍ଚାକୁ ଆସିଥିଲେ। କାରଣ ସୋନାଲୀଙ୍କ ବିବାହ ଉତ୍ସବରେ ହିନ୍ଦୀ ଚଳଚିତ୍ର ଜଗତର ବହୁ ବଡବଡ କଳାକାର ମାନେ ଯୋଗ ଦେଇଥିଲେ। ଅରୁଣ ଜେଟଲୀଙ୍କ ପୁଅ ରୋହନ ପିତାଙ୍କ ପରି ଜଣେ ଭଲ ଓକିଲ। ରୋହନ ତାଙ୍କର ପ୍ରାରମ୍ଭିକ ଶିକ୍ଷା ଦିଲ୍ଲୀ ପବ୍ଲିକ ସ୍କୁଲରୁ ଆରମ୍ଭ କରିଥିଲେ।ଏହାପରେ ଅମିଟିି ଲ ସ୍କୁଲରୁ ଆଇନରେ ଗ୍ରାଜୁଏସନ କାରିବାପରେ ନ୍ୟୁୟର୍କର କର୍ଣ୍ଣେଲ ୟୁଉନିଭର୍ସିଟିରୁ ଆଇନରେ ମାଷ୍ଟର ଡିଗ୍ରୀ ହାସଲ କରି ୨୦୧୪ରେ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ।ଏହାପରେ ସେ ବାର କାଉନସିଲ ଅଫ ଇଣ୍ଡିଆରେ ମେମ୍ବରସିପ ନେଇଥିଲେ ଏବଂ ୨୦୧୪ରେ ହିଁ ସୁପ୍ରିମକୋର୍ଟରେ ଜଣେ ଓକିଲ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ।

kalyan agarbati

Comments are closed.