BJD Bijuli 480×75 Mob

ଅରୁଣ ଜେଟଲୀଙ୍କ ପରଲୋକରେ ବଲିଉଡରେ ଶୋକ

BJD Bijuli 480×75 Mob

ମୁମ୍ବଇ : ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କର ଶନିବାର ଦିନ ୧୨ଟା ୦୭ମିନିଟରେ ଦିଲ୍ଲୀର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଗତ ୯ ତାରିଖରେ ଅସୁସ୍ଥତା ଯୋଗୁ  ଅରୁଣ ଜେଟଲୀଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଜେଟଲୀଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଥିବାବେଳେ ସମ୍ପୂର୍ଣ୍ଣ ବଲିଉଡ ଜଗତ ଶୋକ ପ୍ରକାଶ କରିଛି।

ଅରୁଣ ଜେଟଲୀଙ୍କ ବିୟୋଗରେ ଶନିବାର ବଲିଉଡର ବିଗ ବି ଅମିତାଭ ବଚ୍ଚନଙ୍କ ଠାରୁ ଆରମ୍ଭ କରି ଅନୀଲ କପୁର, କୋକିଳ କଣ୍ଠି ଲତାମଙ୍ଗେସକର, ଅଜୟ ଦେବଗନ୍, ଅଦନାନ ସାମୀଙ୍କ ସମେତ ବହୁ ବଲିଉଡ଼ ତାରକା ଶୋକ ପ୍ରକାଶ କରିଛନ୍ତି ।

 

Comments are closed.