ରାମଦେବଙ୍କ ସହଯୋଗୀ ବାଳକୃଷ୍ଣ ଏମ୍ସରେ ଭର୍ତ୍ତି
ଋଷିକେଶ : ଯୋଗଗୁରୁ ରାମଦେବଙ୍କ ଘନିଷ୍ଠ ସହଯୋଗୀତ ତଥା ପତଞ୍ଜଳି ଆୟୁର୍ବେଦ ଲିମିଟେଡର ପରିଚାଳନା ନିର୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ଶୁକ୍ରବାର ଉତ୍ତରାଖଣ୍ଡ ଋଷିକେଶସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି। ବଳାକୃଷ୍ଣ ପତଞ୍ଜଳି ଫେଜ୍-୧ ସ୍ଥିତ କାର୍ଯ୍ୟାଳୟରେ ଥିବାବେଳେ ହଠାତ ଅସୁସ୍ଥତା ଅନୁଭବ କରିଥିଲେ। ସେଠାରେ ଉପସ୍ଥିତ ଡାକ୍ତର ତାଙ୍କର ଚିକିତ୍ସା ପରେ ଭୁମା ନିକେତଦ ହସ୍ପିଟାଲକୁ ପଠାଯାଇଥିଲା। ପରେ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ବିଭିନ୍ନ ଡାକ୍ତରୀ ପରୀକ୍ଷା କରାଯାଇଥିବାବେଳେ ସମସ୍ତ ପ୍ରକ୍ରିୟା ସ୍ବାଭାବିକ ଥିବା ଜଣାଯାଇଛି।
Comments are closed.