www.samajalive.in
Sunday, December 14, 2025
26.1 C
Bhubaneswar

ମନସ୍କାମନା ପୂରଣ ପାଇଁ ଜନ୍ମାଷ୍ଟମୀରେ ଏପରି କରନ୍ତୁ ପୂଜା  

ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ କୃଷ୍ଣ ଧରାପୃଷ୍ଟରେ ଜନ୍ମ ଗ୍ରହଣ କରିଥିଲେ । ତେଣୁ ଏହି ଦିନଟିକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ । ଏହି ଦିନ ଭଗବାନ କୃଷ୍ଣଙ୍କୁ ପୂଜା କରିବା ଦ୍ବାରା ସନ୍ତାନ ପ୍ରାପ୍ତି, ଦୀର୍ଘାୟୁ ତଥା ସମୃଦ୍ଧି ବୃଦ୍ଧି ହୋଇଥାଏ । ଜନ୍ମାଷ୍ଟମୀ ବତ୍ର ପାଳନ କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ଯେଉଁମାନଙ୍କର ଜାତକରେ ଚନ୍ଦ୍ରମା ଦୁର୍ବଳ ହୋଇଥାଏ ସେମାନେ ଏହି ବ୍ରତ କରି ବିଶେଷ ଲାଭ ପାଇପାରିବେ । ଚଳିତ ବର୍ଷ ଅଗଷ୍ଟ ୨୩ରେ ଜନ୍ମାଷ୍ଟମୀ ଏବଂ ୨୪ରେ ନନ୍ଦୋତ୍ସବ ପର୍ବ ପାଳନ କରାଯିବ ।
ପୂଜାର ବିଧି
ଜନ୍ମାଷ୍ଟମୀ ଦିନ ଘରେ ବାଳକୃଷ୍ଣଙ୍କୁ ସ୍ଥାପନା କରନ୍ତୁ ।
ପ୍ରେମ ଓ ଦାମ୍ପତ୍ୟ ଜୀବନରେ ଶୁଖ-ଶାନ୍ତି ପାଇଁ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ସ୍ଥାପନ କରିବା ଉତ୍ତମ ଅଟେ ।
ସନ୍ତାନ ପ୍ରାପ୍ତି ଓ ସବୁ ମନସ୍କାମନା ପୂରଣ ନିମନ୍ତେ ବାଳକୃଷ୍ଣଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ ।
କିପରି ପାଳନ କରିବେ ଜନ୍ମଷ୍ଟମୀ ପର୍ବ
ପ୍ରାତଃ କାଳରୁ ସ୍ନାନ ସାରି ପୂଜା କରନ୍ତୁ । ଦିନରେ ଜଳ ବା ଫଳ ଆହାର ଗ୍ରହଣ କରି ପାରିବେ ।
ମଧ୍ୟରାତ୍ରିରେ ଭଗବାନ କୃଷ୍ଣଙ୍କ ଧାତୁ ପ୍ରତିମାକୁ ଏକ ପାତ୍ରରେ ରଖନ୍ତୁ ।
ଏହି ପ୍ରତିମାକୁ ପ୍ରଥମେ କ୍ଷୀର, ପରେ ଦହି, ପୁଣି ମହୁ, ପୁଣି ସିରା ଓ ଘିଅରେ ସ୍ନାନ କରାନ୍ତୁ । ପୁଣି ପଞ୍ଚାମୃତରେ ସ୍ନାନ କରାଇ ଶେଷରେ ଜଳରେ ପ୍ରତିମାଙ୍କୁ ସ୍ନାନ କରାନ୍ତୁ ।
ହଳଦିଆ ରଙ୍ଗର ବସ୍ତ୍ର, ଚନ୍ଦନ ଓ ଫୁଲ ଦେଇ ଭଗବାନ କୃଷ୍ଣଙ୍କୁ ସଜାନ୍ତୁ । ବୈଜୟନ୍ତି ଫୁଲ ଅର୍ପଣ କରିବା ସର୍ବୋତ୍ତମ ଅଟେ ।
ପଞ୍ଚାମୃତ ଅର୍ପଣ କରିବା ସହ ତୁଳସୀ ଜଳ ଅର୍ପଣ କରିବା ଅତ୍ୟନ୍ତ ଜରୁରୀ ଅଟେ ।
ମେୱା, ଲହୁଣୀ ଓ ମିଶ୍ରୀ ଭୋଗ ଲଗାନ୍ତୁ ।
ବିଭିନ୍ନ ପ୍ରକାର ବ୍ୟଞ୍ଜନ ସହ ପୂର୍ଣ୍ଣ ସାତ୍ବିକ ଭୋଜନ ଏହି ଦିନ କୃଷ୍ଣ ଭଗବାନଙ୍କ ନିକଟରେ ଭୋଗ ଲାଗାଯାଏ ।
ଧ୍ୟାନ ରଖିବେ ପୂଜା କରୁଥିବା ବ୍ୟକ୍ତି କଳା ବା ଧଳା ରଙ୍ଗର ବସ୍ତ୍ର ନ ପିନ୍ଧିବା ଉଚିତ୍ ।

 

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories