www.samajalive.in
Saturday, December 6, 2025
16.1 C
Bhubaneswar

ମୋ ଗାଁ ମୋ ଗୗରବ ; ମତ୍ସ୍ୟଚାଷ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ

ସୁଆଣ୍ଡୋ : ପୁରୀ ଜିଲା ସୁଆଣ୍ଡୋଠାରେ ଭୁବନେଶ୍ଵର ସିଫା ପକ୍ଷରୁ ‘ମୋ ଗାଁ ମୋ ଗୌରବ ; ମତ୍ସ୍ୟଚାଷ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା କାର୍ୟ୍ୟକ୍ରମ’ ଗୋପବନ୍ଧୁ ସ୍ମୃତିଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଫନି ଦ୍ଵାରା ପୋଖରୀଗୁଡ଼ିକର ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ପରିପ୍ରେକ୍ଷୀରେ ମତ୍ସ୍ୟ ଚାଷୀଙ୍କ ମନୋବଳ ବୃଦ୍ଧି କରିବା ନିମନ୍ତେ ସିଫା ତରଫରୁ ଏହି କାର୍ୟ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ଗୁରୁବାର ଆୟୋଜିତ କର୍ମଶାଳାରେ ମତ୍ସ୍ୟ ବିଭାଗ ପରିଚାଳନା ଅଧ୍ୟକ୍ଷ ବୈଜ୍ଞାନିକ ସୁଧାଂଶୁ ଶେଖର ମିଶ୍ର ଯୋଗଦେଇ କହିଥିଲେ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସବୁଜ ବିପ୍ଳବ ଓ ଶ୍ୱେତ ବିପ୍ଳବ ସଫଳ ହେବା ପରେ ନୀଳ ବିପ୍ଳବର ଶୁଭାରମ୍ଭ ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ବୈଜ୍ଞାନିକ ପ୍ରିୟବ୍ରତ ସ୍ୱାଇଁ, ବୈଜ୍ଞାନିକ ହିମାଂଶୁ ଶେଖର ଦେ, ବୈଜ୍ଞାନିକ ପଙ୍କଜ କୁମାର ତିୱାରୀ, କୃଷ୍ଣ ଚନ୍ଦ୍ର ଦାଶ ପ୍ରମୁଖ ଯୋଗଦେଇ ପୁରୁଣା ପୋଖରୀର ବ୍ୟବହାରରେ ମାଛ ଚାଷ କରି କିପରି ଚାଷୀମାନେ ଲାଭବାନ ହେବେ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ। ୯୮ ଜଣ ଚାଷୀଙ୍କ ପୋଖରୀ ଜଳ ପରୀକ୍ଷା କରାଯାଇଥିଲା। ଡେଲାଙ୍ଗ ସେଭ୍ ଦି ଆର୍ଥ୍ ଫାଉଣ୍ଡେସନ କର୍ମୀ ବିଶ୍ଵଜିତ ପରିଡ଼ାଙ୍କ ଉଦ୍ୟମରେ କର୍ମଶାଳାଟି କରାଯାଇଥିଲା।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories