www.samajalive.in
Sunday, December 7, 2025
16.1 C
Bhubaneswar

ଭାରତୀୟ ଯୁବତୀଙ୍କୁ ବିବାହ କଲେ ପାକ୍ କ୍ରିକେଟର ହାସନ୍

ଦୁବାଇ : ସୋଏବ୍ ମାଲିକ୍‌ଙ୍କ ପରେ ଆଉ ଜଣେ ପାକିସ୍ତାନୀ କ୍ରିକେଟର ଭାରତୀୟ ଯୁବତୀଙ୍କୁ ବିବାହ କରିଛନ୍ତି। ସେ ହେଉଛନ୍ତି ପାକିସ୍ତାନର ଫାଷ୍ଟବୋଲର ହାସନ୍ ଅଲୀ। ଦୁବାଇରେ ମଙ୍ଗଳବାର ଭାରତୀୟ ଯୁବତୀ ଶାମିଆ ଆର୍‌ଜୁଙ୍କ ସହ ହାସନ୍‌ଙ୍କର ବିବାହ ସମ୍ପନ୍ନ ହୋଇଯାଇଛି। ଏହି ବିବାହର ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

ଟ୍ବିଟରରେ ହାସନ୍ ଅଲୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଭାରତୀୟ ଟେନିିସ୍ ତାରକା ସାନିଆ ମିର୍ଜା। ସୋଏବ୍ ମାଲିକ୍ ୨୦୧୦ରେ ସାନିଆଙ୍କୁ ବିବାହ କରିଥିଲେ। ଶୁକ୍ରବାର ହାସନ୍ ଅଲୀଙ୍କ ବିବାହ ଭୋଜି ଅନୁଷ୍ଠିତ ହେବ। ଏହି ଭୋଜିକୁ ହାସନ୍ କିଛି ଭାରତୀୟ କ୍ରିକେଟରଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି। ପୂର୍ବ ପ୍ରକାଶିତ ରିପୋର୍ଟ ଅନୁସାରେ, ଶାମିଆ ଆର୍‌ଜୁ ହେଉଛନ୍ତି ହରିୟାଣାର ମେୱାତ୍ ଜିଲାର ମୂଳବାସିନ୍ଦା। ସେ ହରିୟାଣାର ଫରିଦାବାଦସ୍ଥିତ ମାନବ ରଚନା ବିଶ୍ବବିଦ୍ୟାଳୟରୁ ଏରୋନଟିକାଲ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି। ପୂର୍ବରୁ ଜେଟ୍‌ ଏୟାରୱେଜ୍ ପାଇଁ କାମ କରୁଥିବା ଶାମିଆ ଏବେ ୟୁଏଇର ଏମିରେଟ୍‌ସ ଏୟାରଲାଇନ୍‌ସରେ ଫ୍ଲାଇଟ୍‌ ଇଞ୍ଜିନିୟର ଭାବେ କାମ କରୁଛନ୍ତି। ୨୫ ବର୍ଷ ବୟସ୍କ ହାସନ୍ ଅଲୀ ପାକିସ୍ତାନ ପାଇଁ ଗତ ବିଶ୍ବକପ୍‌ରେ ଖେଳିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories