www.samajalive.in
Thursday, December 11, 2025
15.1 C
Bhubaneswar

ଭାରତ ଓ ଜାମ୍ବିଆ ମଧ୍ୟରେ ପ୍ରତିରକ୍ଷା ସମେତ ୬ଟି ରାଜିନାମା ସ୍ୱାକ୍ଷରିତ

ନୂଆଦିଲ୍ଲୀ: ଭାରତ ଓ ଜାମ୍ବିଆ ପ୍ରତିରକ୍ଷା କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସହଯୋଗ ବୃଦ୍ଧି ସଂକ୍ରାନ୍ତ ୬ଟି ରାଜିନାମାରେ ସ୍ୱାକ୍ଷର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତ ଗସ୍ତରେ ଆସିଥିବା ଜାମ୍ବିଆ ରାଷ୍ଟ୍ରପତ ଏଦ୍‍ଗାର ଚଗ୍‍ୱା ଲୁଙ୍ଗୁଙ୍କ ସହ ନୂଆଦିଲ୍ଲୀରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ଆଲୋଚନା ପରେ ଏହି ବୁଝାମଣାଗୁଡ଼ିକ ସ୍ୱାକ୍ଷରିତ ହୋଇଛି। ଉଭୟ ନେତାଙ୍କ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ, ଉନ୍ନୟନ କ୍ଷେତ୍ର ସମେତ ଦକ୍ଷତା ବୃଦ୍ଧି, ପ୍ରତିରକ୍ଷା ଓ ପୁନଃ ନବୀକରଣ ଶକ୍ତି ଆଦି ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ପ୍ରେସ୍‍ ଇସ୍ତାହାରରୁ ମିଳିଥିବା ତଥ୍ୟ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ସ୍ୱାକ୍ଷରିତ ରାଜିନାମା ଦୁଇ ଦେଶର ପ୍ରତିରକ୍ଷା ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ଆନୁଷ୍ଠାନିକ ଭାବବିନିମୟକୁ ପରିବ୍ୟାପ୍ତ କରିବ ଏବଂ ପ୍ରତିରକ୍ଷା ସହଯୋଗକୁ ମଜବୁତ୍‍ କରିବ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତର ସାମରିକ ଓ ବିମାନ ବାହିନୀ ତାଲିମ୍‍ ଟିମ୍‍ଗୁଡ଼ିକୁ ସେ ଦେଶର ସଶସ୍ତ୍ର ବାହିନୀର ଦକ୍ଷତା ବୃଦ୍ଧି ପାଇଁ ପଠାଯିବ। ଜାମ୍ବିଆର ବିମାନ ବାହିନୀ ଘାଟିଗୁଡ଼ିକରେ ୫ଟି ଅଗ୍ନିଶମ ୟୁନିଟ୍‍କୁ ଭାରତ ମୁତୟନ କରିବ। ସେ କହିଛନ୍ତି, ଚିକିତ୍ସା, ପର୍ଯ୍ୟଟନ, କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ଖଣି ଏବଂ ଶକ୍ତି କ୍ଷେତ୍ରରେ ଉପଲବ୍ଧ ସୁଯୋଗକୁ ଉପଯୋଗ କରିବାପାଇଁ ଉଭୟ ଦେଶର ଶିଳ୍ପ ଓ ବାଣିଜ୍ୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories