www.samajalive.in
Thursday, December 11, 2025
18.1 C
Bhubaneswar

କଲଭର୍ଟ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର

ବଲାଣି: ବଲାଣି ଥାନା ଅନ୍ତର୍ଗତ ବାଳଗୋଡା ବସ୍ତି ନିକଟରେ ଥିବା ଏକ କଲଭର୍ଟ ତଳୁ ଏକ ଯୁବକର ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ବାଲାଗଡା ବସ୍ତି ଶିଵ ମନ୍ଦିର ନିକଟରେ ରହୁଥିବା ବଦନ ଗୁପ୍ତା ବୋଲି ଜଣାପଡିଛି । ସୂଚନା ମୁତାବକ ବୁଧବାର ସକାଳ ସମୟରେ ଫୁଲ ତୋଳିବାକୁ ବାହାରିଥିବା କିଛି ପିଲା କଲଭର୍ଟ ତଳେ ଏକ ମୃତ ଦେହ ପଡିଥିବା ଦେଖିବା ପରେ ଗ୍ରାମବାସୀ ପୋଲିସକୁ ଘଟଣା ସମ୍ପର୍କରେ ଖବର ଦେଇଥିଲେ । ବଲାଣି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ପଠାଇଦେଇଛି । ତେବେ ଶିଵ ମନ୍ଦିର ନିକଟରେ ରହୁ ଥିବା ବଦନ ଗୁପ୍ତା ନିକଟସ୍ଥ କଲଭର୍ଟରେ ଶୋଇ ଥିବା ସମୟରେ କଡ଼ ଲେଉଟିବା ସମୟରେ ତଳକୁ ଖସି ମୃତ୍ୟୁବରଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ବଲାଣି ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ ସୂଚନା ଦେଇଛନ୍ତି

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories