www.samajalive.in
Saturday, December 13, 2025
14.1 C
Bhubaneswar

ଚିଦାମ୍ବରମଙ୍କ ପତ୍ତା ମିଳୁନି, ଘରେ ଲଟକା ଝୁଲାଇ ଫେରିଲା ସିବିଆଇ ଟିମ୍‌

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାର ଅଭିଯୁକ୍ତ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କ ଘରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଲଟକା ଲଗାଇଛି। ବୁଧବାର ସକାଳେ ସିବିଆଇ ଟିମ୍‌ ଚିଦାମ୍ବରମଙ୍କ ଘରେ ପହଞ୍ଚିଥିଲା। କିନ୍ତୁ ଚିଦାମ୍ବରମ ଘରେ ନ ଥିଲେ। ମଙ୍ଗଳବାର ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେବା ପରଠାରୁ ଚିଦାମ୍ବରମଙ୍କ ପତ୍ତା ମିଳୁନାହିଁ। ମଙ୍ଗଳବାର ସନ୍ଧ୍ୟା ସାଢ଼େ ୬ଟାରେ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ର ଏକ ଟିମ୍‌ ତାଙ୍କ ଘରେ ପହଞ୍ଚିଥିଲେ। କିନ୍ତୁ ତାଙ୍କର ଦେଖା ମିଳି ନ ଥିଲା। ଫଳରେ ସିବିଆଇ ତାଙ୍କୁ ୨ଘଣ୍ଟା ମଧ୍ୟରେ ହାଜର ହେବାକୁ ନୋଟିସ ଜାରି କରିଥିଲା।

ଅନ୍ୟପଟେ ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ଚିଦାମ୍ବରମ ବରିଷ୍ଠ ନେତା କପିଲ ସିବ୍ବଲ, ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘୱୀ ଏବଂ ସଲମାନ ଖୁର୍ସୀଦଙ୍କୁ ଭେଟିଥିଲେ। ସୁପ୍ରିମକୋର୍ଟର ଜଣେ ଅଧିକାରୀ ସିବ୍ବଲଙ୍କୁ ଚିଦାମ୍ବରମଙ୍କ ଆବେଦନ ରେଜିଷ୍ଟ୍ରାରଙ୍କ ସମ୍ମୁଖରେ ଦାଖଲ କରିବାକୁ କହିଥିଲେ। ରେଜିଷ୍ଟ୍ରାର ଆବେଦନକୁ ପ୍ରଧାନ ବିଚାରପତିଙ୍କ ସମ୍ମୁଖରେ ରଖିବାକୁ ନିଷ୍ପତ୍ତି ନେବେ। ସିବ୍ବଲଙ୍କୁ କୁହାଯାଇଛି ଯେ ଚିଦାମ୍ବରମଙ୍କ ଆବେଦନର ଶୁଣାଣି ବୁଧବାର ପୂର୍ବାହ୍ନ ସାଢ଼େ ୧୦ଟାରେ ସୁପ୍ରିମକୋର୍ଟରେ ହେବ।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories