ନୂଆଦିଲ୍ଲୀ : ରାଜ୍ୟସଭାରେ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ ମଙ୍ଗଳବାର ଅପରାହ୍ଣରେ ଜାମ୍ମୁ-କାଶ୍ମୀର ଗସ୍ତରେ ଯାଇଥିବାବେଳେ ତାଙ୍କୁ ଜାମ୍ମୁ ବିମାନବନ୍ଦରରେ ଅଟକ ରଖାଯାଇଥିଲା। ଆଜାଦଙ୍କୁ ବିମାନବନ୍ଦର ବାହାରକୁ ଯିବାକୁ ଦିଆଯାଇ ନଥିଲା। ତାଙ୍କୁ ନିଜ ଘର ଏବଂ ଜାମ୍ମୁ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟାଳୟରେ ହେବାକୁ ଥିବା ଦଳୀୟ ବୈଠକରେ ଯୋଗ ଦେବାକୁ ଅନୁମତି ଦିଆଯାଇଥିଲା। ପରେ ତାଙ୍କୁ ଦିଲ୍ଲୀ ଫେରିଯିବାକୁ କୁହାଯାଇଥିଲା। ଅଗଷ୍ଟ ୮ରେ ଆଜାଦ ଶ୍ରୀନଗର ବିମାନବନ୍ଦରରେ ଅନୁରୂପ ଅଟକ ରଖାଯାଇ ଦିଲ୍ଲୀ ଫେରାଇ ଦିଆଯାଇଥିଲା।
Popular Categories


