www.samajalive.in
Saturday, December 13, 2025
18.1 C
Bhubaneswar

ସାମାଜିକ ଗଣମାଧ୍ୟମ ଆକାଉଣ୍ଟକୁ ଆଧାର ସଂଲଗ୍ନ କରିବାକୁ ପ୍ରସ୍ତାବ

ନୂଆଦିଲ୍ଲୀ : ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନଙ୍କ ସମ୍ବନ୍ଧରେ ତଥ୍ୟ ରଖିବା ଲାଗି ସେମାନଙ୍କ ଆକାଉଣ୍ଟକୁ ଆଧାର ସଂଲଗ୍ନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଙ୍ଗଳବାର ସର୍ବୋଚ୍ଚ ଅଦାଲତରେ ପ୍ରସ୍ତାବ ଦିଆଯାଇଛି। ହ୍ବାଟ୍ସଆପର ମାଲିକ ତଥା ପ୍ରମୁଖ ସାମାଜିକ ଗଣମାଧ୍ୟମ ଫେସବୁକ ଦ୍ବାରା କରାଯାଇଥିବା ଆବେଦନ ପରିପ୍ରେକ୍ଷୀରେ ତାମିଲନାଡୁ ଓ କେନ୍ଦ୍ର ସରକାରଙ୍କ ପକ୍ଷ ଉପସ୍ଥାପନା କରି ଆଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଳ ଏହି ପ୍ରସ୍ତାବ ଦେଇଛନ୍ତି।

ବିଭିନ୍ନ ହାଇକୋର୍ଟରେ ବିଚାରାଧୀନ ଥିବା ଏ ସମ୍ବନ୍ଧୀୟ ସମସ୍ତ ମାମଲାଗୁଡିକୁ ସର୍ବୋଚ୍ଚ ଅଦାଲତ ସ୍ଥାନାନ୍ତର ପରିପ୍ରେକ୍ଷୀରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ନେତୃତ୍ବ ପୀଠ କେନ୍ଦ୍ର ସରକାରଙ୍କ ସହିତ ଗୁଗୁଲ, ଟ୍ବିଟର ଏବଂ ୟୁଟ୍ୟୁବକୁ ନୋଟିସ ଜାରି କରିଛନ୍ତି।
ବେଣୁଗୋପାଳ ଯୁକ୍ତି ବାଢିଛନ୍ତି ଯେ ଦିନକୁ ଦିନ ସାଇବର ଅପରାଧ ବୃଦ୍ଧି ପାଉଥିବା ବେଳେ ଆତଙ୍କବାଦୀ କାର୍ଯ୍ୟକଳାପ, ହିଂସା, ପ​‌େ​‌ର୍ଣ୍ଣାଗ୍ରାଫି ଭଳି ଜଘନ୍ୟ ଅପରାଧ ପାଇଁ ସାମାଜିକ ଗଣମାଧ୍ୟମଗୁଡିକର ବ୍ୟବହାର କରାଯାଉଛି। ସାମାଜିକ ଗଣମାଧ୍ୟମକୁ ଆଧାର ସଂଲଗ୍ନ କରାଗଲେ ଅପରାଧୀଙ୍କୁ ଚିହ୍ନଟ କରିବାରେ ସହଜ ହେବ। ସାମାଜିକ ଗଣମାଧ୍ୟମ ବ୍ୟବହାରର ଭୟାବହତା ଦର୍ଶାଇବାକୁ ଯାଇ ସେ ବ୍ଲୁ ହ୍ବେଲ ଗେମର ଉଦାହରଣ ଦେଇଛନ୍ତି। ସେ କହିଛନ୍ତି ଏହି ଗେମ ବା ଅନଲାଇନ କ୍ରୀଡା ଯୋଗୁ ଅତୀତରେ ବହୁ ଜୀବନହାନି ହୋଇଛି; ତଥାପି ଏହି ଗେମ କେବେ ଓ କେଉଁଠାରୁ ଆରମ୍ଭ ହେଲା ଏବଂ ତାହାକୁ କିଏ ସୃଷ୍ଟି କଲା ସେ ସମ୍ବନ୍ଧରେ କିଛି ସୂଚନା ନାହିଁ ଯାହାକି ଅତ୍ୟନ୍ତ ଚିନ୍ତାର ବିଷୟ।

- Advertisement -

ସାମାଜିକ ଗଣମାଧ୍ୟମ ଆକାଉଣ୍ଟକୁ ଆଧାର ସଂଲଗ୍ନ ସମ୍ବନ୍ଧୀୟ କେତେକ ମାମଲା ବମ୍ବେ, ଓଡ଼ିଶା ଓ ମାଡ୍ରାସ ହାଇକୋର୍ଟରେ ବିଚାରାଧୀନ ରହିଛି। ଉଭୟ ହ୍ବାଟ୍ସଆପ ଓ ଫେସବୁକର ପକ୍ଷ ଉପସ୍ଥାପନ କରି ବରିଷ୍ଠ ଆଇନଜୀବୀ ମୁକୁଳ ରହତୋଗୀ ଓ କପିଲ ସିବଲ କହିଛନ୍ତି ଏ ସମ୍ବନ୍ଧୀୟ ସମସ୍ତ ଆବେଦନକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରାଯିବା ଉଚିତ। ଯାହାଦ୍ବାରା ଏହି ମାମଲାଗୁଡିକ ଉପରେ ବିଭିନ୍ନ ହାଇକୋର୍ଟ ଭିନ୍ନ ଭିନ୍ନ ରାୟ ପ୍ରଦାନ କରିବାର ଆଶଙ୍କା ରହିବ ନାହିଁ; କାରଣ ଏହା ଏକ ଅନ୍ତର୍ଜାତୀୟ ଓ ନୀତିନିର୍ଦ୍ଧାରଣ ସମ୍ବନ୍ଧୀୟ ପ୍ରସଙ୍ଗ।

ମାଡ୍ରାସ ହାଇକୋର୍ଟଙ୍କ ରାୟ ପୂର୍ବରୁ କେନ୍ଦ୍ର ସରକାର ଏହା ଉପରେ ଦୃଷ୍ଟି ଦେଇ କେତେକ ନିର୍ଦେଶାବଳୀ ଜାରି କରିଛନ୍ତି। ଏହା ଉପରେ କେନ୍ଦ୍ର ଧ୍ୟାନ ଦେଇଥିବାରୁ ବିଭିନ୍ନ ହାଇକୋର୍ଟ ଏଥିରେ ହସ୍ତକ୍ଷେପ ନ କରିବା ଉଚିତ ବୋଲି ଆଇନଜୀବୀମାନେ ଯୁକ୍ତି ବାଢିଛନ୍ତି। ହ୍ବାଟସଆପ ଏହାର ବ୍ୟବହାରକାରୀମାନଙ୍କ ବାର୍ତ୍ତା ତଥା ସୂଚନା ଏଭଳି ବ୍ୟବସ୍ଥିତ କରିଛି ଯାହାଦ୍ବାରା କେବଳ ପ୍ରାଧିକୃତ ପକ୍ଷମାନେ ତାହାକୁ ସଂଗ୍ରହ କରିପାରିବେ ବୋଲି କମ୍ପାନୀ ଦର୍ଶାଇଛି। ସମାଜର ହିତ ପାଇଁ ବିଶେଷକରି ଅପରାଧ ମାମଲାରେ ପ୍ର​‌େ​‌ତ୍ୟକ ବାର୍ତ୍ତା ପ୍ରଦାନକାରୀଙ୍କ ସମ୍ବନ୍ଧରେ ସୂଚନା ହାସଲ କରିହେବା ଉଚିତ ବୋଲି ବେଣୁଗୋପାଳ ଯୁକ୍ତି ବାଢିଛନ୍ତି। ଏଣୁ ବ୍ୟବହାରକାରୀମାନଙ୍କ ସମ୍ବନ୍ଧରେ ସୂଚନା ପ୍ରଦାନ କରିବା ନେଇ କିଛି ନୀତିନିୟମ ରହିବା ଆବଶ୍ୟକ ବୋଲି ପୀଠ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେ​‌େ​‌ପ୍ଟମ୍ବର ୨ରେ ହେବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories