www.samajalive.in
Sunday, December 14, 2025
14.1 C
Bhubaneswar

ବାଙ୍ଗଲାଦେଶ ସହ ସମ୍ପର୍କ ଅତ୍ୟନ୍ତ ଘନିଷ୍ଠ – ଜୟଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର କହିଛନ୍ତି, ଭାରତର ‘ପଡ଼ୋଶୀ ଦେଶ ପ୍ରଥମେ’ ନୀତି ଅନୁସାରେ ବାଙ୍ଗଲାଦେଶ ସହ ସମ୍ପର୍କ ଅତ୍ୟନ୍ତ ଘନିଷ୍ଠ ରହିଛି। ସେ କହିଛନ୍ତି, ଦୁଇ ଦେଶ ମଧ୍ୟରେ ସମ୍ପର୍କ ଭାଗିଦାରୀ ସମ୍ପର୍କରେ ରୂପାନ୍ତରିତ ହେବା ସହ ଏହା ଉଚ୍ଚଶିଖରକୁ ଛୁଇଁଛି। ମଙ୍ଗଳବାର ଢାକାରେ ବାଙ୍ଗଲାଦେଶ ବୈଦେଶିକ ମନ୍ତ୍ରୀ ଏ.କେ. ଅବଦୁଲ୍‍ ମୋମେନ୍‍ଙ୍କ ସହ ଦ୍ୱିପକ୍ଷିୟ କଥାବାର୍ତ୍ତା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି। ଜୟଶଙ୍କର କହିଛନ୍ତି, ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ଅଧିକ ମଜବୁତ କରିବା ଓ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‍ ହସିନାଙ୍କ ଆଗାମୀ ଭାରତ ଗସ୍ତ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବା ତାଙ୍କ ଗସ୍ତର ମୂଳ ଲକ୍ଷ୍ୟ। ଆତଙ୍କବାଦ, ଅପରାଧ ଓ ଉଗ୍ରବାଦର ନିୟନ୍ତ୍ରଣ କରି ଦୁଇ ଦେଶ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି। ରେଳ, ସଡ଼କ ଓ ବିମାନ ପଥରେ ଯୋଗାଯୋଗ ବୃଦ୍ଧିରୁ ଉଭୟ ଦେଶ ଲାଭାନ୍ୱିତ ହୋଇଥିବାର ମଧ୍ୟ ସେ କହିଛନ୍ତି। ଭାରତ ଏହିସବୁ କ୍ଷେତ୍ରରେ ବାଙ୍ଗଲାଦେଶ ସହ ଏହାର ସମ୍ପର୍କ ବୃଦ୍ଧି କରିବ ଓ ଏ ଦିଗରେ ଯଥାସମ୍ଭବ ପଦକ୍ଷେପ ନେବ।

ସେ କହିଛନ୍ତି, ଦୁଇ ଦେଶ ମଧ୍ୟ ଦେଇ ପ୍ରବାହିତ ହେଉଥିବା ନଦୀଗୁଡ଼ିକର ଜଳ ବଣ୍ଟନ କ୍ଷେତ୍ରରେ ପରସ୍ପରକୁ ସୁହାଇବା ଭଳି ଏକ ଉପାୟ ବାହାର କରାଯାଇ ପାରିବ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ରହିଛି। ରୋହିଙ୍ଗ୍ୟା ଶରଣାର୍ଥୀମାନେ ଯେପରି ନିରାପଦରେ ଓ ଶୀଘ୍ର ଫେରିବେ ଏବଂ ସେମାନଙ୍କର ସ୍ଥାୟୀ ବନ୍ଦୋବସ୍ତ କରାଯିବ ତାହା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏହା ତିନୋଟିଯାକ ଦେଶର ମଙ୍ଗଳ ସାଧନ କରିବ ବୋଲି ସେ କହିଛନ୍ତି। ସେ କହିଛନ୍ତି, ଭାରତ ଓ ବାଙ୍ଗଲାଦେଶ ସମ୍ପର୍କର ଏହା ଏକ ସୁବର୍ଣ୍ଣ ଯୁଗ, ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‍ ହସିନାଙ୍କ ନେତୃତ୍ୱ ଯୋଗୁଁ ସମ୍ଭବ ହୋଇଛି।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories