www.samajalive.in
Wednesday, December 10, 2025
16.1 C
Bhubaneswar

ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ; ଡ଼. ସୁଧାଂଶୁ ଷଡଙ୍ଗୀ ନୂଆ ପୁଲିସ କମିସନର

ଭୁବନେଶ୍ବର : ରାଜ୍ୟ ସରକାର ସୋମବାର ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି। ସତ୍ୟଜିତ ମହାନ୍ତିଙ୍କ ସ୍ଥାନରେ ଡ଼. ସୁଧାଂଶୁ ଷଡଙ୍ଗୀ କଟକ-ଭୁବନେଶ୍ବରର ନୂଆ ପୁଲିସ କମିଶନର ଭାବେ ନିଯୁକ୍ତି ପାଇଛନ୍ତି। ଆଶିଷ କୁମାର ସିଂହ କେନ୍ଦ୍ରାଞ୍ଚଳ ଡିଆଇଜି ଦାୟିତ୍ବରେ ରହିଥିବାବେଳେ ସତ୍ୟଜିତ ମହାନ୍ତିଙ୍କୁ ଜେଲ ବିଭାଗ ଏଡିଜି ଦାୟିତ୍ବ ଦିଆଯାଇଛି। ସେହିପରି ଆରପି କୋଚେ ଏଡିଜି ଆଇନ୍ ଶୃଙ୍ଖଳା,  ସତ୍ୟବ୍ରତ ଭୋଇ ଦକ୍ଷିଣାଞ୍ଚଳ ଡ଼ିଆଇଜି, ହିମାଂଶୁ କୁମାର ଲାଲ ଉତ୍ତରାଞ୍ଚଳ ଡ଼ିଆଇଜି, ସୈଫିନ୍ ମହମ୍ମଦ କେ. ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜି, ଅମିତେନ୍ଦ୍ର ନାଥ ସିହ୍ନା କ୍ରାଇମବ୍ରାଞ୍ଚ ଡ଼ିଆଇଜି, ମହେନ୍ଦ୍ର ପ୍ରତାପ ପ୍ରିଣ୍ଟିଂ ପ୍ରେସ୍ ଆଣ୍ଡ ଷ୍ଟେସନାରୀ ନିର୍ଦେଶକ, ରାଜେଶ କୁମାର ଏସସିଆରବି ନିର୍ଦେଶକ, ସଞ୍ଜୀବ ପଣ୍ଡା ପରିବହନ କମିଶନର, ଦିପ୍ତେଶ କୁମାର ପଟ୍ଟନାୟକ ପୂର୍ବାଞ୍ଚଳ ଆଇଜି, ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଆଇଜି ପର୍ସୋନେଲ, ଘନଶ୍ୟାମ ଉପାଧ୍ୟାୟ ଆଇଜି ଇଓଡବ୍ଲୁ , ଏନବି ଭାରତୀ ଆଇଜି ଏଚ୍ଆରପିଓ, ଅମିତାଭ ଠାକୁର ଆଇଜି ଅପରେସନ୍, ପିଏସ୍ ରଣପିସେ ଆଇଜି ଭିଜିଲାନ୍ସ, ରେଖା ଲୋହାନୀ ଆଇଜି ଆଧୁନିକୀକରଣ, ଅସିତ କୁମାର ପାଣିଗ୍ରାହୀ ଆଇଜି ହୋମଗାର୍ଡ଼ ଓ ଅଗ୍ନିଶମ ବିଭାଗ, ଯତୀନ୍ଦ୍ର କୋୟଲ ଆଇଜି ସ୍ପେସାଲ ଆର୍ମଡ୍ ପୁଲିସ, ସାଗରିକା ନାଥ କଟକ-ଭୁବନେଶ୍ବର ଟ୍ରାଫିକ୍ ଡିସିପି, ସାର୍ଥକ ଷଡଙ୍ଗୀ ଭିଜିଲାନ୍ସ ଏସପି(ଭୁବନେଶ୍ବର) ଏବଂ ଅବିନାଶ୍ କୁମାର ଏପସି ଇଓଡବ୍ଲୁ  ଦାୟିତ୍ବରେ ରହିବେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories