www.samajalive.in
Wednesday, December 10, 2025
16.1 C
Bhubaneswar

ରାଜ୍ୟର ପ୍ରଥମ ମହିଳା ଡାକଘର

ସମ୍ବଲପୁର: ସରକାର ନାରୀ ସଶକ୍ତିରକଣ ଉପରେ ଗୁରୁତ୍ୱାରୋପ କରୁଥିବା ବେଳେ ଡାକ ବିଭାଗ ତରଫରୁ ଏହି ଦିଗରେ ଏକ ପାଦ ଆଗକୁ ବଢ଼ାଇ ସମ୍ବଲପୁର ଠାରେ ମହିଳାମାନଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ପରିଚାଳିତ ରାଜ୍ୟର ପ୍ରଥମ ଡାକ ଘର ସେବା ଆରମ୍ଭ କରାଯାଇଛି। ସୋମବାର ଦିନ ପୁର୍ବାହ୍ନରେ ସ୍ଥାନୀୟ ଗୋଲବଜାର ଠାରେ ଗେଇଟୀ ରୋଡରେ ଅବସ୍ଥିତ ସମ୍ପୂର୍ଣ୍ଣ ମହିଳା ଡାକଘର (ଗୋଲବଜାର ସବ ପୋଷ୍ଟ ଅଫିସ) ଉଦଘାଟିତ ହୋଇଯାଇଛି। ସମ୍ବଲପୁର ଡିଭିଜନର ସୁପରିଟେଣ୍ଡେଣ୍ଟ ବାନାମ୍ବର ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନୂତନ ସମ୍ପୂର୍ଣ୍ଣ ମହିଳା ଡାକଘରକୁ ଫିତା କାଟି ଉଦଘାଟନ କରିଛନ୍ତି। ଏହି ଅବସରରେ ସୁପରିଟେଣ୍ଡେଣ୍ଟ ବାନାମ୍ବର ସେଠୀ କହିଛନ୍ତି ଯେ, ଏହି ପ୍ରକାରର  ଡାକଘର ପଶ୍ଚିମ ଓଡିଶା ସହିତ ଓଡିଶା ରାଜ୍ୟ ସର୍କଲରେ ପ୍ରଥମ ମହିଳା ପରିଚାଳିତ ଡାକଘର ଅଟେ। ଏହି ଡାକଘର ସମ୍ପୂର୍ଣ୍ଣ ଭାବରେ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେବ। ଡାକ ବିଭାଗର ସମସ୍ତ ସୁବିଧା ଯଥା ଡାକ, ସଞ୍ଚୟ ଖାତା , ଇଣ୍ଡିଆ ପେମେଣ୍ଟ ବ୍ୟାଙ୍କ, ଷ୍ଟାମ୍ପ, ସ୍ପିଡ ପୋଷ୍ଟ ଇତ୍ୟାଦିର ଗୋଟିଏ ସ୍ଥାନରେ ମିଳି ପାରିବ ବୋଲି ବାନାମ୍ବର କହିଛନ୍ତି। ଏବେ ଏହି ଡାକଘରରେ ସବ ପୋଷ୍ଟମାଷ୍ଟର ଅମାରକ୍ଷୀ ନାନ୍ଦିନି ସେଠ ଙ୍କ ସହିତ ଜଣେ ପୋଷ୍ଟାଲ ଆସିଷ୍ଟାନ୍ଟ ଓ ଜଣେ ଜିଡିଏସ ମହିଳା କର୍ମଚାରୀ କାର୍ୟ୍ୟ କରୁଛନ୍ତି। ଏହା ସହିତ ଏହି ଡାକଘର ରେ କେନ୍ଦ୍ର ସରକାରଙ୍କର ଦ୍ୱାରା ପରିଚାଳିତ ଆଧାର କାର୍ଡର ନୂତନ ପଞ୍ଜିକରଣ ତଥା ଅପଡେଟ ମଧ୍ୟ କରାଯିବ। ଏହି ଡାକ ଘର ଖୋଲାଯିବା ଯୋଗୁଁ ମହିଳା ଗ୍ରାହକ ମାନେ ଆହୁରୀ ଅଧିକ ସୁବିଧାରେ ସେମାନଙ୍କର ଡାକ ସମ୍ବନ୍ଧୀୟ କାର୍ୟ୍ୟ କରିପାରିବେ ବୋଲି ଡାକ ବିଭାଗ ତରଫରୁ ସୂଚନା ଦିଆଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories