www.samajalive.in
Monday, December 8, 2025
13.1 C
Bhubaneswar

ବକ୍ସ ଅଫିସରେ ‘ମିଶନ ମଙ୍ଗଳ’ର ଜବରଦସ୍ତ ଆୟ

ମୁମ୍ବଇ : ୧୫ ଅଗଷ୍ଟରେ ମୁକ୍ତିଲାଭ କରିଥିବା ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ମିଶନ ମଙ୍ଗଳ’ ବକ୍ସ ଅଫିସରେ ଉଲ୍ଲେଖନୀୟ ଆୟ ଜାରି ରଖିଛି। ପ୍ରଥମ ଓ ଦ୍ୱିତୀୟ ଦିନରେ ଜବରଦସ୍ତ ବ୍ୟବସାୟ କରିବା ସହ ତୃତୀୟ ଦିନ ମଧ୍ୟ ଚଳଚ୍ଚିତ୍ର ଖୁବ୍‍ ଭଲ ଆୟ କରିଛି। ମାତ୍ର ତିନି ଦିନରେ ‘ମିଶନ ମଙ୍ଗଳ’ ମୋଟ୍‍ ୭୦.୦୨ କୋଟି ଟଙ୍କାର ବ୍ୟବସାୟ କରି ସାରିଲାଣି।

ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ୍‍ କରି ଚଳଚ୍ଚିତ୍ରର ଆୟ ସମ୍ବନ୍ଧୀୟ ସୂଚନା ଦେଇଛନ୍ତି। ତାଙ୍କ କହିବାନୁସାରେ, ମୁକ୍ତିଲାଭର ପ୍ରଥମ ଦିନ ଅର୍ଥାତ୍‍ ଗୁରୁବାର ଚଳଚ୍ଚିତ୍ର ୨୯.୧୬ କୋଟି, ଶୁକ୍ରବାର ୧୭.୨୮ କୋଟି ଓ ଶନିବାର ୨୩.୫୮ କୋଟି ଟଙ୍କା ଆୟ କରିଛି। ତୃତୀୟ ଦିନ ଚଳଚ୍ଚିତ୍ର ଆଶାଠାରୁ ଭଲ ପ୍ରଦର୍ଶନ କରିଛି। ତେବେ ରବିବାର ଏହାର ଆୟ ଆହୁରି ବୃଦ୍ଧି ହେବ ବୋଲି ଅନୁମାନ କରାଯାଉଛି।

- Advertisement -

ଉଲ୍ଲେଖଯୋଗ୍ୟ, ଜଗନ ଶକ୍ତି ‘ମିଶନ ମଙ୍ଗଳ’ର ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ଅକ୍ଷୟ ବୈଜ୍ଞାନିକ ଭୂମିକାରେ ଅବତ୍ତୀର୍ଣ୍ଣ। ତାଙ୍କ ସହିତ ବିଦ୍ୟା ବାଲନ, ତାପସୀ ପନ୍ନୁ, ସୋନାକ୍ଷୀ ସିହ୍ନା, ନିତ୍ୟା ମେନନ ଓ କିର୍ତ୍ତି କୁହ୍ଲାରୀ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories