www.samajalive.in
Thursday, December 11, 2025
14.1 C
Bhubaneswar

ଅଯୋଧ୍ୟା ମାମଲା: ‘ନମାଜ ସଡ଼କ ଉପରେ ବି ପଢା ଯାଉଛି, ତା ଅର୍ଥ ନୁହେଁ ସଡ଼କ ଆପଣଙ୍କର’

ନୂଆଦିଲ୍ଳୀ : ସୁପ୍ରିମକୋର୍ଟରେ ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସଜିଦ ଜମି ବିବାଦ ମାମଲାର ଶୁକ୍ରବାର ସପ୍ତମ ଦିନ ଶୁଣାଣିରେ ରାମଲଲା ବିରାଜମାନ ନିଜ ଦଲିଲ ରଖିଛି। ଏହି ଦଲିଲରେ ରାମଲଲା ବିରାଜମାନ ପକ୍ଷରୁ ଦର୍ଶାଯାଇଛି ଯେ ବିବାଦୀୟସ୍ଥଳରେ ହିନ୍ଦୁ ଢାଞ୍ଚା, ଆକାର, ସ୍ତମ୍ଭ, ଲିପି ଏବଂ କଳାକୃତି ମିଳିଛି। ତେଣୁ ଏଥିରୁ ହିନ୍ଦୁ ମନ୍ଦିର ଭଙ୍ଗାଯାଇ ମସଜିଦ ନିର୍ମାଣ କରାଯାଇଥିବା ସ୍ପଷ୍ଟ ଭାବେ ଜଣାପଡୁଛି।

ପ୍ରଧାନ ବିଚାରପତି ରଂଜନ ଗୋଗୋଇ, ଜଷ୍ଟିସ୍‍ ଏସଏ ବୋବଡେ, ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‍ ଅଶୋକ ଭୂଷଣ ଏବଂ ଜଷ୍ଟିସ୍‍ ଏସଏ ନଜିରଙ୍କୁ ନେଇ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠ ଆଗରେ ରାମଲଲା ବିରାଜମାନ ପକ୍ଷ ରଖୁଥିବା ବରିଷ୍ଠ ଅଧିବକ୍ତା ଏସ ବୈଦ୍ୟନାଥନ ଅଦଲାତ ଦ୍ୱାରା ନିଯୁକ୍ତ କମିଶନରଙ୍କ ରିପୋର୍ଟର କେତେକ ଅଂଶ ପଢିଥିଲେ। ଏହାସହ ୧୯୫୦ ନିରୀକ୍ଷଣ ରିପୋର୍ଟ ସହ ସ୍ତମ୍ଭରେ ଅଙ୍କିତ ଆକୃତିର ବର୍ଣ୍ଣନା ଓ ଅଯୋଧ୍ୟାର ଏକ ମାନଚିତ୍ର ସେ ପୀଠଙ୍କୁ ଦେଇଥିଲେ। ଏହି ତଥ୍ୟରୁ ବିବାଦୀୟସ୍ଥଳ ହିନ୍ଦୁଙ୍କ ପାଇଁ ଧାର୍ମିକ ରୂପରେ ଏକ ପବିତ୍ର ସ୍ଥଳ ଥିଲା ବୋଲି ସେ ଯୁକ୍ତି ଦର୍ଶାଇଥିଲେ। ବୈଦ୍ୟନାଥନ ଢାଞ୍ଚା ଭିତରେ ଥିବା ଦେବତାଙ୍କ ଚିତ୍ରର ଏକ ଆଲବମ ପୀଠକୁ ଦେଇଥିଲେ ଓ କହିଥିଲେ ମସଜିଦରେ ଏଭଳି ଚିତ୍ର ନଥାଏ। କେବଳ ନମାଜ ପାଠ କଲେ କୌଣସି ସ୍ଥଳ ମୁସଲମାନଙ୍କର ହୋଇଯାଏ ନାହିଁ। ନମାଜ ସଡ଼କରେ ବି ପଢା ଯାଉଛି, ଏହାର ଅର୍ଥ ନୁହେଁ ସଡ଼କ ଆପଣଙ୍କର ହୋଇଗଲା।

- Advertisement -

ଷଷ୍ଠ ଦିନ ଶୁଣାଣି ବେଳେ ହିନ୍ଦୁ ପକ୍ଷକାର ସୁପ୍ରିମକୋର୍ଟରେ କହିଥିଲେ ଯେ ଅଯୋଧ୍ୟା ଭଗବାନ ରାମଙ୍କ ଜନ୍ମଭୂମି ଅଟେ ଓ ସେଠାରେ ମନ୍ଦିରକୁ ଭଙ୍ଗାଯାଇ ମସଜିଦ ନିର୍ମାଣ କରାଯାଇଛି। ତେଣୁ ସରିୟା ଆଇନ ଅନୁସାରେ ଏହି ମସଜିଦ ବୈଧ ନୁହେଁ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories