ନିର୍ବାଚନରେ ପ୍ରମୁଖ ଭୂମିକା ତୁଲାଇଥିବା ବିଜେଡି ନେତାଙ୍କୁ ଥଇଥାନ କଲେ ନବୀନ
ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଗାଦି ଅଳଙ୍କୃତ କରିଥିଲେ। ସମଗ୍ର ଭାରତରେ ନବୀନ ଏକ ବିରଳ ରେକର୍ଡ କରି ଲଗାତାର ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେଲେ। କୁହାଯାଉଥିଲା ନବୀନଙ୍କ ଏହି ମାଷ୍ଟରଷ୍ଟ୍ରୋକ କେବଳ ନବୀନଙ୍କ ଲୋକପ୍ରିୟତା ନୁହେଁ ତଳ ସ୍ତରରେ ବିଜେଡି ପାଇଁ କାମକରୁଥିବା କିଛି ନେତାଙ୍କ ପାଇଁ ସମ୍ଭବ ହୋଇପାରିଲା। ନିର୍ବାଚନ ସରିବାପରେ ସେହି ସେହି ନେତାମାନଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା ଲାଗିରହିଥିଲା। କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଜିଲ୍ଲା ଯୋଜନା ବୋର୍ଡର ଅଧକ୍ଷ ପଦ ଘୋଷଣାକରି କିଛି ବିଧାୟକ ଏବଂ ମନ୍ତ୍ରୀ ମାନଙ୍କୁ ଦ୍ୱାୟିତ୍ୱ ଦେବାପରେ ଆଜି ନିର୍ବାଚନରେ ପ୍ରମୁଖ ଭୂମିକା ତୁଲାଇଥିବା ନେତାମାନଙ୍କୁ ବିଭିନ୍ନ ପଦ ପଦବୀରେ ଅଧିଷ୍ଠିତ କରିଛନ୍ତି।
ଲେନିନ ମହାନ୍ତିଙ୍କୁ ଉକ୍ରଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁ ସମ୍ପାଦକ ପଦବୀ ମିଳିଥିବା ବେଳେ ସୁଜିତ କୁମାରଙ୍କୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା, ଅନୁଭବ ପଟ୍ଟନାୟକଙ୍କୁ ଇଟି ଓ ଆଇଟି ବିଭାଗର ଉପଦେଷ୍ଟା, କୃତିବାସ ପାତ୍ରଙ୍କୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଉପଦେଷ୍ଟା, ଉକ୍ରଳ କେଶରୀ ପରିଡ଼ାଙ୍କୁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ଉପଦେଷ୍ଟା ,ଦେବାଶିଷ ମଲ୍ଲିକଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମର ଉପଦେଷ୍ଟା ,ସୁଲତା ଦେଓଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ଉପଦେଷ୍ଟା, ଜନ୍ମେଜୟ ଲେଙ୍କାଙ୍କୁ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଉପଦେଷ୍ଟା, ରାମଚନ୍ଦ୍ର ପଣ୍ଡାଙ୍କୁ ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡର ଉପଦେଷ୍ଟା ,ଦେବାଶିଷ ମହାନ୍ତିଙ୍କୁ ଓଡ଼ିଶା କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ,ଇଶ୍ୱର ପାଣିଗ୍ରାହୀଙ୍କୁ ଓଡ଼ିଶା ବିହନ ନିଗମର ଅଧ୍ୟକ୍ଷ ,ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ଆପିକଲ ଅଧ୍ୟକ୍ଷ ,ଅନୂପ ସାଏଙ୍କୁ ଓଡ଼ିଶା ଓୟାର ହାଉସିଂ କର୍ପୋରେସନର ଅଧ୍ୟକ୍ଷ ,ଅସିତ ପଟ୍ଟନାୟକଙ୍କୁ ଓଡ଼ିଶା ମତ୍ସ୍ୟ ବିକାଶ ନିଗମର ଅଧ୍ୟକ୍ଷ ,ସୁଧୀର ଦାସଙ୍କୁ ବିଜୁ ସ୍ୱାସ୍ଥ୍ୟକରଣ ଯୋଜନାର ଉପଦେଷ୍ଟା ,ଦିଲ୍ଲୀପ ତିର୍କୀଙ୍କୁ ଓଡ଼ିଶା ହକି ପ୍ରମୋସନ କାଉସିଲର ଅଧ୍ୟକ୍ଷ, ମାନସ ମାଡ଼କାମୀଙ୍କୁ ମାଲକାନଗିରି ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ, ବିନୟ ଟପ୍ପୋଙ୍କୁ ସୁନ୍ଦରଗଡ଼ ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ, ସୁସ୍ମିତା ବାଗଚୀଙ୍କୁ ମୋ ସ୍କୁଲ ଯୋଜନାର ଅଧ୍ୟକ୍ଷ, ଆକାଶ ଦାସ ନାୟକଙ୍କୁ ମୋ କଲେଜ ଯୋଜନାର ଅଧ୍ୟକ୍ଷ,ମିନତୀ ବେହେରାଙ୍କୁ ମହିଳା କମିଶନର ଅଧ୍ୟକ୍ଷା, କସ୍ତୁରୀ ମହାପାତ୍ରଙ୍କୁ ସମାଜ ମଙ୍ଗଳ ବୋର୍ଡର ଅଧ୍ୟକ୍ଷା ,ସୁଲୋଚନା ଦାସଙ୍କୁ ରାଜ୍ୟ ଭିନ୍ନକ୍ଷମ କମିଶନର ଅଧ୍ୟକ୍ଷା, ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ମିଶନ ଶକ୍ତିର ଉପଦେଷ୍ଟା ,ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଭ୍ୟ,ଅମରେନ୍ଦ୍ର ଦାସଙ୍କୁ ଓଡ଼ିଶା କାଜୁ ନିଗମର ଅଧ୍ୟକ୍ଷ ,ଲୁଲୁ ଅମାତଙ୍କୁ ଓଡ଼ିଶା ଗ୍ରାମ୍ୟ ଗୃହ ନିଗମର ଅଧ୍ୟକ୍ଷ ,ଚିନ୍ମୟ ସାହୁଙ୍କୁ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ,ଶ୍ରୀମୟୀ ମିଶ୍ରଙ୍କୁ ଓଟିଡ଼ିସିର ଅଧ୍ୟକ୍ଷ ,ଅମରେଶ ପତ୍ରୀଙ୍କୁ ଓଡ଼ିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଏବଂ ସତ୍ୟବ୍ରତ ତ୍ରିପାଠୀଙ୍କୁ ଓଡ଼ିଶା ସିନେ ବିକାଶ ନିଗମର ଅଧ୍ୟକ୍ଷ ,ବିଜୟ କୁମାର ନାୟକଙ୍କୁ ଓଡ଼ିଶା ଯୁବ ମଙ୍ଗଳ ବୋର୍ଡର ଅଧ୍ୟକ୍ଷ, ପ୍ରିୟଦର୍ଶୀ ମିଶ୍ରଙ୍କୁ ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ ନିଗମର ଅଧ୍ୟକ୍ଷ,ସୁବାସ ସିଂହଙ୍କୁ ନିର୍ମାଣ ଶ୍ରମିକ ବୋଡ ଅଧ୍ୟକ୍ଷ ଏବଂ ସଂଜୀବ ପାଇକରାୟଙ୍କୁ ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡର ଅଧ୍ୟକ୍ଷ ପଦ ମିଳିଛି।
Comments are closed.