www.samajalive.in
Monday, December 8, 2025
24.1 C
Bhubaneswar

ଚନ୍ଦ୍ର ଅଭିମୁଖେ ଗତି କଲା ଚନ୍ଦ୍ରଯାନ-୨

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସଫଳତାର ସହ ଚନ୍ଦ୍ରଯାନ-୨ ମହାକାଶଯାନ ପୃଥିବୀର କକ୍ଷ ପରିକ୍ରମା କରିବା ପରେ ଚନ୍ଦ୍ର ଅଭିମୁଖେ ଗତି କରିଛି। ଇସ୍ରୋ ପକ୍ଷରୁ ଜାରୀ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ବୁଧବାର ଭୋର ୨ଟା ୨୧ ମିନିଟରେ ଚନ୍ଦ୍ରଯାନ-୨ ମହାକାଶ ଯାନକୁ ଶେଷ କକ୍ଷପଥରୁ ଚନ୍ଦ୍ର ଅଭିମୁଖେ ଗତି କରିବାର କାର୍ଯ୍ୟ ସଫଳତାର ସହ ସଂପନ୍ନ କରାଯାଇଛି। ପୂର୍ବରୁ ଜୁଲାଇ ୨୩ରୁ ଅଗଷ୍ଟ ୬ ମଧ୍ୟରେ ଏହି ମହାକାଶ ଯାନର ଗତି ୫ ଗୁଣ ବୃଦ୍ଧି କରାଯାଇଥିଲା।

ଚନ୍ଦ୍ରଯାନ-୨ ଆସନ୍ତା ୨୦ ତାରିଖରେ ଚନ୍ଦ୍ରର କକ୍ଷରେ ପହଞ୍ଚିବ ଓ ଆସନ୍ତାମାସ ୭ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବ। ସେହିଦିନ ଲ୍ୟାଣ୍ଡର ଦକ୍ଷିଣ ମେରୁରେ ପହଞ୍ଚିବା ଆଶା କରାଯାଉଛି। ଏହି ଅଭିଯାନ ଦ୍ୱାରା ଚନ୍ଦ୍ରପୃଷ୍ଠର ପ୍ରାକୃତିକ ବିଶେଷତ୍ୱ, ଖଣିଜ ସମ୍ପଦ, ରାସାୟନିକ ସଂରଚନା ଏବଂ ଅନ୍ୟାନ୍ୟ ବିଷୟରେ ବିସ୍ତୃତ ଭାବେ ତଥ୍ୟ ଆହରଣ କରାଯାଇ ପାରିବ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories