www.samajalive.in
Sunday, December 7, 2025
26.1 C
Bhubaneswar

ଖୁବଶୀଘ୍ର ନିର୍ମାଣ ହେବ ‘ବଧାଇ ହୋ-୨’

ମୁମ୍ବଇ : ନିକଟରେ ଜାତୀୟ ପୁରସ୍କାର ହାସଲ କରିଥିବା ବଲିଉଡ଼ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ସୁପରହିଟ୍‍ ଚଳଚ୍ଚିତ୍ର ‘ବଧାଇ ହୋ’ର ସିକ୍ୱେଲ ନିର୍ମାଣ ହେବାକୁ ଯାଉଛି। ନିକଟରେ ଚଳଚ୍ଚିତ୍ରର ନିର୍ମାତା ଏହି ବିଶେଷ ଘୋଷଣା କରିଛନ୍ତି।

‘ଅନ୍ଧାଧୁନ୍‍’ ଚଳଚ୍ଚିତ୍ର ପାଇଁ ଶୁକ୍ରବାର ଆୟୁଷ୍ମାନଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହାସହିତ ଗତ ବର୍ଷ ମୁକ୍ତିଲାଭ କରିଥିବା ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ବଧାଇ ହୋ’କୁ ମଧ୍ୟ ଜାତୀୟ ପୁରସ୍କାର ମିଳିଛି। ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ସୁରେଖା ସିକରୀ ମଧ୍ୟ ଏକ ଜାତୀୟ ପୁରସ୍କାର ନିଜ ନାଁରେ କରିଛନ୍ତି। ଚଳଚ୍ଚିତ୍ରର ଏହି ବିଜୟ ଓ ଲୋକପ୍ରିୟତା ଦେଖି ‘ବଧାଇ ହୋ’ର ନିର୍ମାତାମାନେ ଏହାର ସିକ୍ୱେଲ ନିର୍ମାଣ କାରିବାକୁ ଘୋଷଣା କରିଛନ୍ତି। ଏନେଇ ଜୋରଦାର୍‍ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି। ବିଶେଷ ସୂତ୍ରରୁ ପ୍ରକାଶ ଯେ, ଚଳଚ୍ଚିତ୍ରର ସ୍କ୍ରିପ୍ଟକୁ ନେଇ କାମ ଆରମ୍ଭ ହୋଇଯାଇଛି। ସିକ୍ୱେଲର ନାମ ଏବେ ‘ବଧାଇ ହୋ-୨’ ରଖାଯାଇଛି। ଚଳଚ୍ଚିତ୍ରର ଶୁଟିଂ ଆସନ୍ତା ବର୍ଷ ସୁଦ୍ଧା ଆରମ୍ଭ ହେବ।

- Advertisement -

ସୂଚନାଯୋଗ୍ୟ, ‘ବଧାଇ ହୋ’ ଗତ ବର୍ଷର ସୁପରହିଟ୍‍ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ତେଣୁ ଏହାର ସିକ୍ୱେଲ ସହ ଚଳଚ୍ଚିତ୍ରର ରିମେକ୍‍ ମଧ୍ୟ କରାଯାଉଛି। ‘ବଧାଇ ହୋ’କୁ ତାମିଲ, ତେଲୁଗୁ, କନ୍ନଡ଼ ଏବଂ ମାଲାୟଲମ ଭାଷାରେ ରିମେକ୍‍ କରାଯାଉଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories