www.samajalive.in
Monday, December 8, 2025
24.1 C
Bhubaneswar

ସେନା ସହାୟତାରେ ଚାଲିଛି ଉଦ୍ଧାର ଓ ରିଲିଫ

ନୂଆଦିଲ୍ଲୀ: ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ ଏବଂ ତାମିଲନାଡୁରେ ବନ୍ୟା ପ୍ରପୀଡ଼ିତ ଅଞ୍ଚଳଗୁଡ଼ିକରେ ସେନାବାହିନୀ ଉଦ୍ଧାର ଏବଂ ରିଲିଫ୍‍ କାର୍ଯ୍ୟ ତ୍ୱରାନ୍ୱିତ କରିଛି। ସେନାର ୧୩ଟି ଇଞ୍ଜିନିୟରିଂ ଟିମ୍‍ କେରଳରେ ଉଦ୍ଧାର ଏବଂ ରିଲିଫ୍‍ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଅନ୍ୟ ବନ୍ୟା ପ୍ରପୀଡ଼ିତ ଅଞ୍ଚଳଗୁଡ଼ିକରେ ଆବଶ୍ୟକମତେ ଉଦ୍ଧାର କାର୍ଯ୍ୟ ପାଇଁ ଅନ୍ୟ କେତେକ ଇଂଜିନିୟରିଂ ଟିମ୍‍କୁ ସଜାଗ ରଖାଯାଇଛି। ମହାରାଷ୍ଟ୍ର ଏବଂ କେରଳରେ ଉଦ୍ଧାର ହୋଇଥିବା ଲୋକଙ୍କୁ ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ୨୦ଟି ମେଡ଼ିକାଲ ଟିମ୍‍କୁ ସଂପୃକ୍ତ ଅଞ୍ଚଳକୁ ପଠାଯାଇଛି।

ଏହି ୪ଟି ରାଜ୍ୟର ୧୭ଟି ଜିଲ୍ଲାରେ ପ୍ରାୟ ୩ ହଜାର ଯବାନଙ୍କୁ ରିଲିଫ୍‍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ମୁତୟନ କରାଯାଇଛି। କମାଣ୍ଡିଂ ଇନ୍‍ ଚିଫ୍‍ ଏସ୍‍.କେ. ସାଇନି ଇତିମଧ୍ୟରେ ମହାରାଷ୍ଟ୍ରର ବନ୍ୟାପ୍ଳାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ଏବଂ ରିଲିଫ୍‍ ଓ ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି। ବନ୍ୟା ପ୍ଳାବିତ ଅଞ୍ଚଳଗୁଡ଼ିକରୁ ସେନାବାହିନୀ ଦ୍ୱାରା ୧୦ହଜାର ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୭ହଜାର ୫୦୦ ଲୋକଙ୍କୁ ବନ୍ୟାଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି।

- Advertisement -

ଉଦ୍ଧାର କରାଯାଉଥିବା ଲୋକଙ୍କୁ ପ୍ରାଥମିକ ଚିକିତ୍ସା କରାଯିବା ସହ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି। ମହାରାଷ୍ଟ୍ରର ଓ କେରଳ ସରକାରଙ୍କ ପକ୍ଷରୁ ବନ୍ୟା ସମ୍ପର୍କିତ ସୂଚନା ଓ ସହାୟତା ପାଇଁ ସ୍ୱତନ୍ତ୍ର ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ମହାରାଷ୍ଟ୍ର ନମ୍ବରଟି ହେଉଛି – ୦୨୦ ୨୬୩୫୭୪୪୪ ଏବଂ କେରଳ ନମ୍ବରଟି ହେଉଛି – ୦୪୭୧ ୨୩୫୨୩୭୩ ଓ ୨୩୫୩୦୩୦

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories