www.samajalive.in
Monday, December 8, 2025
16.1 C
Bhubaneswar

ଭୁଲରେ ମଧ୍ୟ ଫିଙ୍ଗନ୍ତୁ ନାହିଁ ଏସବୁ ଫଳ ଓ ପରିବା ଚୋପା : ହୋଇଥାଏ ଖୁବ୍ ଲାଭଦାୟକ

ସାଧାରଣତଃ ଏହା ଆମେ ଜାଣନ୍ତି ଯେ, ଫଳ ଏବଂ ପନିପରିବା ଖାଇବା ଆମ ସ୍ବସ୍ଥ୍ୟ ପାଇଁ ଖୁବ୍ ଜରୁରୀ ଏବଂ ଲାଭଦାୟକ ହୋଇଥାଏ। ହେଲେ ଏହାର ଚୋପା ମଧ୍ୟ ଆମ ପାଇଁ ବହୁତ ଉପକାରୀ ବୋଲି ହୁଏତ ଖୁବ୍ କମ୍ ଲୋକଙ୍କୁ ଜଣାଥିବ। ଏପରି କିଛି ଫଳ ଏବଂ ପନିପରିବା ଅଛି ଯାହାର ଚୋପାକୁ ଫୋପାଡ଼ିବା ଆଦୌ ଉଚିତ ନୁହେଁ। ସେଗୁଡ଼ିକର ଚୋପାକୁ ଖାଇବା ଦ୍ବାରା ଆମକୁ ଅନେକ ସମସ୍ୟାରୁ ମୁକ୍ତି ମିଳିବା ସହ ଅନେକ ଉପକାର ମିଳିଥାଏ। ଆସନ୍ତୁ ଜାଣିବା ସେ ବିଷୟରେ –

କମଳା ଚୋପା : କମଳା ଚୋପାର ବ୍ୟବହାର ତ୍ୱଚା ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବା ପାଇଁ କରାଯାଏ। ଏହାସହିତ ଏହାର ଚୋପା ଦ୍ୱାରା କୋଲେଷ୍ଟ୍ରଲକୁ ମଧ୍ୟ ନିୟନ୍ତ୍ରଣରେ ରଖାଯାଇପାରିବ। କମଳା ଚୋପାରେ ସୁପର ଫ୍ଲାବୋଲଏଡ ରହିଥାଏ, ଯାହା ରକ୍ତରେ କୋଲେଷ୍ଟ୍ରଲ ମାତ୍ରା କମ୍ କରିବାରେ ସହାୟକ ହୋଇଥାଏ। ଏଥିପାଇଁ କମଳା ଚୋପାକୁ ଜୁସ୍ କରି ପିଇପାରିବେ କିମ୍ବା ଅଳ୍ପ ଗ୍ରାଇଣ୍ଡିଂ କରି ସୁପ୍ ଭାବେ ପିଇପାରିବେ।

- Advertisement -

କଦଳୀ ଚୋପା : କଦଳୀ ଚୋପା ଆପଣଙ୍କୁ ଚିନ୍ତାରୁ ରକ୍ଷା କରିପାରିବ। ଯଦି ଆପଣ ଦୁଃଖରେ ଥାନ୍ତି, ତେବେ ଏହାର ଜୁସ୍ ପିଇବା ଦ୍ୱାରା ମାନସିକ ଦୁଶ୍ଚିନ୍ତା ଦୂର ହେବା ସହ ମିଜାଜ ଠିକ୍ ରହିଥାଏ। ଏହାସହିତ ‘ଲ୍ୟୁଟିନ’ ନାମକ ଆଣ୍ଟିଅକ୍ସିଡାଣ୍ଟ ଏଥିରେ ରହିଥାଏ, ଯାହା ଆପଣଙ୍କ ଆଖିକୁ ଅତିବାଇଗଣୀ ରଶ୍ମୀରୁ ରକ୍ଷା କରିବ। ଯଦ୍ବାରା ମୋତିଆ ବିନ୍ଦୁ ହେବାର ଆଶଙ୍କା କମ୍ ହୋଇଥାଏ। ଏଥିପାଇଁ କଦଳୀ ଚୋପାକୁ ୧ ଗ୍ଲାସ ପାଣିରେ ୧୦ ମିନିଟ ପର୍ୟ୍ୟନ୍ତ ସିଝାଇବା ପରେ ଥଣ୍ଡା କରି ଏହାକୁ ପିଇପାରିବେ। ଏହାବ୍ୟତୀତ ଏହାର ଚୋପାକୁ ଚଟଣି କରି ଖାଇପାରିବେ।

ଆଳୁ ଚୋପା : ଆଳୁଚୋପାକୁ ଆମେ ଆଖି ତଳୁ କଳାଦାଗ ଦୂର କରିବା ପାଇଁ ବ୍ୟବହାର କରିଥାଉ। କିନ୍ତୁ ଆଳୁଚୋପାରେ ଥିବା ପୁଷ୍ଟିକର ତତ୍ତ୍ୱ ଅନେକ ରୋଗ ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ। ଯଦି ଆପଣ ଆଳୁରୁ ଚୋପା ଛଡାଇ ତରକାରୀ କରୁଛନ୍ତି ତେବେ ଏପରି କରନ୍ତୁ ନାହିଁ। ଏଥିରେ ଆଇରନ, ଭିଟାମିନ-ସି, ଜିଙ୍କ୍ ଏବଂ ପୋଟାସିୟମ ଭରପୁର ମାତ୍ରାରେ ରହିଥାଏ।

ରସୁଣ ଚୋପା : ରସୁଣ ଚୋପାକୁ ଅଧିକାଂଶ ଲୋକେ ବ୍ୟବହାର ନ କରି ଫୋପାଡ଼ି ଦିଅନ୍ତି। ହେଲେ ଏକ ଗବେଷଣାରୁ ଜଣାପଡିଛି ଯେ, ରସୁଣ ଚୋପା ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ସହିତ କୋଲେଷ୍ଟ୍ରଲକୁ କମ୍ କରିଥାଏ। ଏହାସହିତ ହୃଦରୋଗଠାରୁ ଦୂରେଇ ରଖିଥାଏ। ତେଣୁ ପ୍ରତିଦିନ ଦୁଇଟି ରସୁଣ ପାଖୁଡାକୁ ଚୋପା ସହିତ ଖାଇବା ଉଚିତ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories