ମୁମ୍ବଇ : ୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ବିଦ୍ୟା ସିହ୍ନା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ମୁମ୍ବଇର ସିଟି କେୟର ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଛି। ତେବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ମିଳିଥିବା ଖବର ଅନୁସାରେ, ବିଦ୍ୟାଙ୍କୁ ୨ ଦିନ ପୂର୍ବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିôଲା। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସାମାନ୍ୟ ସୁଧୁରିଥିଲେ ମଧ୍ୟ ସେ ସମ୍ପୂର୍ଣ୍ଣ ବିପଦମୁକ୍ତ ହୋଇନାହନ୍ତି। ତାଙ୍କର ହୃଦୟ ଏବଂ ଫୁସ୍ଫୁସ୍ ସହ ଜଡ଼ିତ ସମସ୍ୟା ଥିବା ଖବର ମିଳିଛି।
ଉଲ୍ଲେଖଯୋଗ୍ୟ, ବିଦ୍ୟା ‘ଛୋଟି ସି ବାତ୍’, ‘ରଜନୀଗନ୍ଧା’, ‘ତୁମ୍ହାରେ ଲିଏ’, ‘ପତି ପତ୍ନୀ ଔର ୱୋ’, ‘ମୁକ୍ତି’, ‘ଇନକାର୍’, ‘ସ୍ୱୟମ୍ବର’ ଏବଂ ‘ସଫେଦ୍ ଝୁଠ୍’ ଆଦି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।



