www.samajalive.in
Monday, December 8, 2025
24.1 C
Bhubaneswar

ପାକିସ୍ତାନରେ ଟମାଟୋ କିଲୋ ୩୦୦

ଇସଲାମାବାଦ: ଜାମ୍ମୁ-କାଶ୍ମୀରରୁ ମୋଦୀ ସରକାର ଧାରା ୩୭୦ ଉଚ୍ଛେଦ କରିବାକୁ ନେଇଥିବା ନିଷ୍ପତ୍ତିରେ ବିଚଳିତ ପାକିସ୍ତାନ ଭାରତ ସହିତ ବାଣିଜ୍ୟ କାରବାର ବନ୍ଦ କରି ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିଛି। ଭାରତରୁ ଯୋଗାଣ ହେଉଥିବା ସାମଗ୍ରୀ ଉପରେ ପାକିସ୍ତାନ କଟକଣା ଲଗାଇବା ପରେ ସେଠାରେ ଟମାଟୋ କିଲୋଗ୍ରାମ ପିଛା ୩୦୦ ଟଙ୍କାରେ ପହଞ୍ଚିଛି। ପୂର୍ବରୁ ପାକିସ୍ତାନର ଅର୍ଥନୀତି ଭୁଶୁଡ଼ି ପଡ଼ିଥିବାବେଳେ ଦେଶବାସୀ ମହଙ୍ଗା ମାଡ଼ରେ ନୟାନ୍ତ ହୋଇଆସୁଛନ୍ତି। ଏପରିସ୍ଥିତିରେ ଭାରତରୁ କେତେକ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ବନ୍ଦ ହେବା ପରେ ଦରଦାମ ବୃଦ୍ଧି ଖାଉଟିଙ୍କୁ ହରଡ଼ଘଣାରେ ପକାଇଛି।

ଟମାଟୋ ଦରରେ ଏଭଳି ବୃଦ୍ଧିରୁ ସ୍ପଷ୍ଟ ହୋଇଛି ଯେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତ ସହିତ ବାଣିଜ୍ୟ କାରବାର ବନ୍ଦ କରିବାକୁ ନେଇଥିବା ନିଷ୍ପତ୍ତିର କ୍ଷତି ସିଧାସଳଖ ଜନସାଧାରଣଙ୍କୁ ମୁଣ୍ଡାଇବାକୁ ପଡ଼ିବ। ସୂଚନାଯୋଗ୍ୟ, ଭାରତ ପକ୍ଷରୁ ପ୍ରତିଦିନ ସବୁଜ ପନିପରିବା, ବିଶେଷକରି ଟମାଟୋର ଏକ ବଡ଼ ଅଂଶ ପାକିସ୍ତାନକୁ ଯୋଗାଣ ହୋଇଥାଏ। ଫଳରେ ସେଠାରେ ପନିପରିବା ଏବଂ ଟମାଟୋ ଦର ନିୟନ୍ତ୍ରଣ ମଧ୍ୟରେ ରହିଥାଏ। କିନ୍ତୁ ପାକିସ୍ତାନ ସରକାରଙ୍କ ବାଣିଜ୍ୟ କାରବାର ବନ୍ଦ କରିବା ନିଷ୍ପତ୍ତି ପରେ ଭାରତରୁ ଟମାଟୋ ଯୋଗାଣ ବନ୍ଦ ରହିଛି।

- Advertisement -

ଭାରତୀୟ ଟ୍ରକ ଚାଳକମାନେ କହିଛନ୍ତି ଯେ, ଯଦି ପାକିସ୍ତାନ ଭାବୁଛି ଯେ ବ୍ୟବସାୟ ବନ୍ଦ କରିଦେଲେ ଭାରତ ଏବଂ ଅଟାରୀ ବର୍ଡରରେ ରହୁଥିବା କୃଷକ, ଟ୍ରକ ଚାଳକ ଓ ଅନ୍ୟ ବ୍ୟବସାୟୀମାନେ କ୍ଷତି ସହିବେ, ତେବେ ତାହା ମୁର୍ଖତାର ପରିଚୟ। କାରଣ ପାକିସ୍ତାନରେ ପନିପରିବା ଦରଦାମ ଏବେ ନିୟନ୍ତ୍ରଣ ବାହାରକୁ ଚାଲିଯିବ। ଫଳରେ ସେଠାକାର ଲୋକଙ୍କ ମଧ୍ୟରେ ହାହାକାର ସୃଷ୍ଟି ହେବ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories