www.samajalive.in
Sunday, December 14, 2025
26.1 C
Bhubaneswar

ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହେଲା ‘ସମଗ୍ର ଶିକ୍ଷା-ଜଳ ସୁରକ୍ଷା’ ଅଭିଯାନ

 -ଦେଶର ୧୦କୋଟିରୁ ଊର୍ଦ୍ଧ୍ବ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଲାଗି ଲକ୍ଷ୍ୟ

ନୂଆଦିଲ୍ଲୀ : ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜଳ ସଂରକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଶୁକ୍ରବାର ‘ସମଗ୍ର ଶିକ୍ଷା-ଜଳ ସୁରକ୍ଷା’ ଅଭିଯାନର ଶୁଭାରମ୍ଭ ହୋଇଛି। ଦିଲ୍ଲୀ କ୍ୟାଣ୍ଟସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୨ପରିସରରେ ଥିବା ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ ସଭାଗୃହରେ ଆୟୋଜିତ ଏକ ସମାରୋହରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ  ରମେଶ ପୋଖରିୟାଲ ନିଶଙ୍କ ଏବଂ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ସିଂ ଶେଖାୱତ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଗଣମାନ୍ୟ ଅତିଥିମାନେ ଛାତ୍ରଛାତ୍ରୀଙ୍କ ସହିତ ମିଶି ୩୫୦ରୁ ଅଧିକ ଚାରା ରୋପଣ କରିଥିଲେ ଏବଂ ବୁନ୍ଦା ଜଳ ସେଚନ ପ୍ରଣାଳୀର ଉଦଘାଟନ
କରିଥିଲେ। ଜଳ ସଂରକ୍ଷଣ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ଅଭିଯାନ ଦେଶର ୧୦କୋଟିରୁ ଅଧିକ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବ। ସମାରୋହ ଅବସରରେ ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ସଚିବ ସୁଶ୍ରୀ ରୀନା ଏବଂ ଯୁଗ୍ମସଚିବ  ରାମଚନ୍ଦ୍ର ମୀନା ମଧ୍ୟ ଉପସ୍ଥିତ ଥିଲେ।
ମାନବ ସମ୍ବଳ ବିକାଶ ମନ୍ତ୍ରୀ ଅଭିଯାନର ଶୁଭାରମ୍ଭ କରି ପିଲାମାନଙ୍କୁ ଦୈନିକ ଏକ ଲିଟର ଜଳ ସଂରକ୍ଷଣ କରିବା ଲାଗି ଶପଥ ପାଠ କରାଇଥିଲେ। ସେ କହିଥିଲେ ଯେ ଏହି ଅଭିଯାନ ସହ ୧୦ କୋଟି ପିଲା ଯୋଡ଼ି ହୋଇ ଦୈନିକ ୧୦ କୋଟି ଲିଟର ଜଳ ସଂଚୟ କରିପାରିବେ। ସ୍ୱଚ୍ଛ ଭାରତ ଅଭିଯାନ ଭଳି ପିଲାମାନେ ନିଜ ଘରେ, ବିଦ୍ୟାଳୟରେ ଏବଂ ଆଖପାଖ ଅଂଚଳରେ ଜଳ ସଂରକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି କରିପାରିବେ।

Image Source : PIB

ଏହି ଅବସରରେ ଜଳ ଶକ୍ତି ମନ୍ତ୍ରୀ  ଗଜେନ୍ଦ୍ର ସିଂହ ଶେଖାୱତ ଦେଶରେ ପାଣି ଅଭାବକୁ ନେଇ ଚିନ୍ତା ବ୍ୟକ୍ତ କରିବା ସହିତ ଛାତ୍ରଛାତ୍ରୀଙ୍କ ସହିତ ଜଳ ସଂଚୟର ବିଭିନ୍ନ ଉପାୟ ଉପରେ ଆଲୋକପାତ କରିଥିଲେ। ସେ ଇସ୍ରାଏଲର ଉଦାହରଣ ଦେଇ କହିଥିଲେ ଯେ ଏକ ଛୋଟ ଦେଶ ହୋଇ ମଧ୍ୟ ଏହା ଏପରି ଭାବେ ଜଳସଂରକ୍ଷଣ କଲା ଯେ ଏହି ଦେଶ ଏବେ ପାଣି ରପ୍ତାନିକାରୀ ଦେଶରେ ପରିଣତ ହୋଇଗଲା। ସେ ଜଳ ସଂରକ୍ଷଣ ଦିଗରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ପ୍ରୟାସକୁ ପ୍ରଶଂସା କରିଥିଲେ।
କାର୍ଯ୍ୟକ୍ରମରେ ଅତିଥିମାନେ ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏକ ପୁସ୍ତିକା ଉନ୍ମୋଚନ ମଧ୍ୟ କରିଥିଲେ। ଯାହାର ଶୀର୍ଷକ ହେଉଛି “ମୁଁ ପ୍ରତିଦିନ ଏକ ଲିଟର ଜଳ କିପରି ସଂଚୟ କରିପାରିବି”? ବହୁମାତ୍ରାରେ ଜଳ ସଂଚୟ କରିବାର ଛୋଟ ଛୋଟ ଉପାୟ ଏହି ପୁସ୍ତିକାରେ ଲିପିବଦ୍ଧ ହୋଇ ରହିଛି।
ସୂଚନାଯୋଗ୍ୟ ଯେ ଜଳ ସଂଚୟ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ଅନୁପ୍ରାଣିତ ହୋଇ ଭାରତ ସରକାରଙ୍କ ପକ୍ଷରୁ ଜଳ ଶକ୍ତି ଅଭିଯାନ ଆରମ୍ଭ କରାଯାଇଛି। ଏହାର ଅନ୍ତର୍ଗତ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ‘ସମଗ୍ର ଶିକ୍ଷା-ଜଳ ସୁରକ୍ଷା’ ଅଭିଯାନ ଆରମ୍ଭ କରାଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories