www.samajalive.in
Friday, December 12, 2025
23.1 C
Bhubaneswar

ଆଇସିୟୁରେ ଅରୁଣ ଜେଟଲୀ, ସ୍ୱାସ୍ଥ୍ୟବସ୍ଥା ସ୍ଥିର – ଏମ୍ସ ଜାରି କଲା ବୁଲେଟିନ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଏମ୍ସ ପକ୍ଷରୁ କୁହାଯାଇଛି।ଦିଲ୍ଲୀ ଏମ୍ସ ପକ୍ଷରୁ ଜାରି ବୁଲେଟିନ ଅନୁଯାୟୀ ଜେଟଲୀଙ୍କୁ ଆଇସିୟୁରେ ରଖାଯାଇଛି ଓ ବିଭିନ୍ନ ବିଭାଗର ଡାକ୍ତରମାନଙ୍କୁ ନେଇ ଗଠିତ ଦଳ ତାଙ୍କ ଚିକିତ୍ସା କରୁଛନ୍ତି। କୃତ୍ରିମ ରକ୍ତ ସଞ୍ଚାଳନ ପଦ୍ଧତିରେ ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ଥିବା ବୁଲେଟିନରେ କୁହାଯାଇଛି।

ଆଜି ସକାଳେ ଜେଟଲୀ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ନୂଆଦିଲ୍ଲୀ ଏମ୍ସର ହୃଦରୋଗ ବିଭାଗରେ ଦିନ ୧୧ଟାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପାଇଁ ଏମ୍ସ ପକ୍ଷରୁ ଅନ୍ତଃସ୍ତ୍ରାଵୀ, କିଡ଼ନି ଏବଂ ହୃଦରୋଗ ବିଶେଷଜ୍ଞମାନଙ୍କୁ ନେଇ ଏକ ଡାକ୍ତରୀ ଦଳ ଗଠନ କରାଯାଇ ଜେଟଲୀଙ୍କ ଚିକିତ୍ସା ଚାଲିଛି।

- Advertisement -

୬୬ ବର୍ଷୀୟ ଜେଟଲୀଙ୍କର ୨୦୧୮ରେ କିଡ଼ନୀ ପ୍ରତିରୋପଣ କରାଯାଇଥିଲା ଓ ଚଳିତ ବର୍ଷ ଜାନୁଆରୀରେ ସେ ମେଡିକାଲ ଚେକ ଅପ ପାଇଁ ଆମେରିକା ଯାଇଥିଲେ। ୨୦୧୪ରେ ମଧ୍ୟ ସେ ମଧୁମେହ ଜନିତ ଓଜନ ହ୍ରାସ ପାଇଁ ଅପରେସନ ହୋଇଥିଲେ। ଅସୁସ୍ଥତା ଯୋଗୁ ସେ ୨୦୧୯ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିନଥିଲେ। ୨୦୧୯ ନିର୍ବାଚନ ଫଳାଫଳ ପରେ ତାଙ୍କୁ କୌଣସି ଦାୟିତ୍ୱ ନ ଦେବାକୁ ଜେଟଲୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ମନ୍ତ୍ରୀ ଅମିତ ଶାହା, ନିର୍ମଳା ସୀତାରମଣ, ହର୍ଷବର୍ଦ୍ଧନ ଓ ଲୋକସଭା ବାଚସ୍ପତି ଓମ ବିର୍ଲା ଏମ୍ସରେ ପହଞ୍ଚି ଜେଟଲୀଙ୍କ ସ୍ୱାସ୍ଥାବସ୍ଥା ସମ୍ପର୍କରେ ବୁଝିଛନ୍ତି।

Hot this week

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

Related Articles

Popular Categories