www.samajalive.in
Monday, December 8, 2025
13.1 C
Bhubaneswar

ପାକିସ୍ତାନକୁ ଝଟ୍‌କା: ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ ପାଇଁ ମନା କଲା ଜାତିସଂଘ

ୱାଶିଂଟନ୍‌: ଜାମ୍ମୁ-କାଶ୍ମୀରରୁ ଭାରତ ସରକାର ଧାରା ୩୭୦ ଏବଂ ୩୫(ଏ) ଉଚ୍ଛେଦ କରିବା ପରେ ପାକିସ୍ତାନ ବାଉଳା ହେଉଛି। ଏପରି କି ଏଥିରେ ହସ୍ତକ୍ଷେପ ପାଇଁ ଜାତିସଂଘର ଦ୍ବାରସ୍ଥ ହୋଇଛି ପାକିସ୍ତାନ। ମାତ୍ର ଜାତିସଂଘ ପାକିସ୍ତାନର ଏହି ଆବେଦନକୁ ଖାରଜ କରିଦେଇଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ କହିଛନ୍ତି, ୧୯୭୨ ଶିମ୍‌ଲା ଚୁକ୍ତି ଅନୁସାରେ ଦ୍ବିପାକ୍ଷିକ ଆଲୋଚନା ମାଧ୍ୟମରେ ଶାନ୍ତିପୂର୍ଣ୍ଣ ଭାବେ କାଶ୍ମୀର ପ୍ରସଙ୍ଗର ସମାଧାନ ହେବା ଦରକାର। ଜାତିସଂଘ ମହାସଚିବଙ୍କ ଏପରି ପରାମର୍ଶ ପରେ ପାକିସ୍ତାନକୁ ଶକ୍ତ ଧକ୍କା ଲାଗିଛି।

ମହାସଚିବ ଆଣ୍ଟୋନିଓ ଗୁଟେରସ ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯୭୨ରେ ହୋଇଥିବା ଶିମଲା ରାଜିନାମାକୁ ମନେପକାଇଥିଲେ, ଯେଉଁଥିରେ କାଶ୍ମୀର ପ୍ରସଙ୍ଗରେ ୩ୟ ପକ୍ଷ ମଧ୍ୟସ୍ଥତା କରିପାରିବେ ନାହିଁ ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି। ଗୁଟେରସଙ୍କ ମୁଖପାତ୍ର ଷ୍ଟିଫେନ ଦୁଜରିକ କହିନ୍ତି, ମହାସଚିବ ଜାମ୍ମୁ-କାଶ୍ମୀର ପରିସ୍ଥିତି ଉପରେ ଗମ୍ଭୀରତାର ସହିତ ନଜର ରଖିଛନ୍ତି ଏବଂ ଉଭୟ ଦେଶ ସର୍ବାଧିକ ସଂଯମତା ରକ୍ଷା କରିବାକୁ ନିବେଦନ କରିଛନ୍ତି।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories