www.samajalive.in
Monday, December 8, 2025
14.1 C
Bhubaneswar

୭୬ ଭାରତୀୟ, ୪୧ ପାକିସ୍ତାନୀଙ୍କୁ ଧରି ଦିଲ୍ଲୀରେ ପହଞ୍ଚିଲା ସମଝୌତା ଏକ୍ସପ୍ରେସ

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯାତାୟାତ କରୁଥିବା ସମଝୌତା ଏକ୍ସପ୍ରେସ ୭୬ ଭାରତୀୟ ଏବଂ ୪୧ ପାକିସ୍ତାନୀ ନାଗରିକଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଛି। ଗତ ଗୁରୁବାର ପାକିସ୍ତାନ ପକ୍ଷରୁ ସମଝୌତା ଏକ୍ସପ୍ରେସକୁ ବାତିଲ କରିଦିଆଯାଇଥିଲା। ଫଳରେ ଲାହୋରରୁ  ନୂଆଦିଲ୍ଲୀ ଆସୁଥିବା ସମଝୌତା ଏକ୍ସପ୍ରେସକୁ ଅଟାରୀ ରେଳ ଷ୍ଟେଶନରେ ଛାଡ଼ି ପାକିସ୍ତାନୀ ଡ୍ରାଇଭର ଏବଂ ଗାଇଡ୍‌ ନିଜ ଦେଶକୁ ପଳାଇଥିଲେ। ଏହା ପରେ ବିଳମ୍ବିତ ରାତି ପ୍ରାୟ ସାଢ଼େ ୧ଟାରେ ଭାରତୀୟ ଡ୍ରାଇଭର ଏବଂ ଗାଇଡ୍‌ ଇଞ୍ଜିନ ସହିତ ଅଟାରୀ ଷ୍ଟେଶନରେ ପହଞ୍ଚିଥିଲେ। ସେଠାରୁ ସେମାନେ ଟ୍ରେନକୁ ଆଣି ଭାରତ ଆସିଥିଲେ। ଶୁକ୍ରବାର ସକାଳେ ସମଝୌତା ଏକ୍ସପ୍ରେସ ପୁରୁଣା ଦିଲ୍ଲୀ ରେଳ ଷ୍ଟେଶନରେ ପହଞ୍ଚିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories