www.samajalive.in
Saturday, December 6, 2025
23.1 C
Bhubaneswar

ଜାଣନ୍ତୁ କେଉଁ କାର୍ଯ୍ୟ କଲେ କ୍ରୋଧ କରନ୍ତି ମା’ଲକ୍ଷ୍ମୀ 

ପ୍ରତିଦିନ ଗୃହରେ ପୂଜାର୍ଚ୍ଚନା କରିବା ଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି।  ଧନର ବୃଦ୍ଧି ହୋଇଥାଏ। ମାତ୍ର ବେଳେବେଳେ ଦେଖାଯାଏ ଯେ ଆମ ପରିଶ୍ରମ ଅନୁଯାୟୀ ତାହାର ଆଶାନୁରୂପକ ଅର୍ଥ ପ୍ରାପ୍ତି ହୋଇନଥାଏ। ଏଥିରେ ଆମେ ବ୍ୟତିବ୍ୟସ୍ତ ହେଉ ଏବଂ ଭଗବାନଙ୍କୁ ଦୋଷ ଦେଇଥାଉ। ପ୍ରକୃତରେ ଏହା ପଛର କାରଣ ହେଉଛି ଆମେ ଅଜଣାତରେ ଏପରି କିଛି କାର୍ଯ୍ୟ କରୁ ଯାହା ଦ୍ୱାରା ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି। ତେବେ ଆସନ୍ତୁ ଜାଣିବା ସେହି ସବୁ କାର୍ଯ୍ୟ ସମ୍ବନ୍ଧରେ…..

ସର୍ବଦା ଗୃହରେ ବିନା କାରଣରେ କ୍ରୋଧ କଲେ, ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି ଓ ସେହି ଗୃହରେ ଅଶାନ୍ତି ଲାଗି ରହେ।

- Advertisement -

ଘରକୁ ଯଦି କୌଣସି ସାଧୁ ଖାଦ୍ୟ ଖାଇବା ସମୟରେ ଆସନ୍ତି, ତାଙ୍କ ଉପରେ ବିରକ୍ତ ହେବା ଉଚିତ ନୁହେଁ।

ନିୟମିତ ସକାଳେ ଓ ସନ୍ଧ୍ୟାରେ ଭଗବାନଙ୍କ ପାଖରେ ଦୀପ ଜଳାଇବା ଉଚିତ। ଏହା ଦ୍ୱାରା ମା’ଲକ୍ଷ୍ମୀ ଖୁବ ପ୍ରସନ୍ନ ହୋଇଥାଆନ୍ତି। ସେହି ଗୃହରେ ଧନର ଅଭାବ ରହେ ନାହିଁ।

କୌଣସି ଶାସ୍ତ୍ରର ଅନାଦାର କରିବା ମଧ୍ୟ ଉଚିତ ନୁହେଁ, ଏହା ଦ୍ୱାରା ନିଜର ମାନସମ୍ମାନ ହାନି ହୋଇଥାଏ।

ସକାଳେ ଅଧିକ ସମୟ ଓ ସୂର୍ଯ୍ୟ ଅସ୍ତ ସମୟରେ ଶୋଇବା ଦ୍ୱାରା ଗୃହରେ ଧନହାନୀ ହେବା ସହ ରୋଗଗ୍ରସ୍ତ ହୋଇଥାଆନ୍ତି।

ସର୍ବଦା ସ୍ୱଚ୍ଛ ବସ୍ତ୍ର ପିନ୍ଧିବା ଆବଶ୍ୟକ। ଏହା ଦ୍ୱାରା ମା’ଙ୍କ କୃପା ରହିଥାଏ।

ଗୃହକୁ ମଧ୍ୟ ସର୍ବଦା ପରିଷ୍କାର ପରିଚ୍ଛନ ରଖିବା ଉଚିତ। ଏପରି ଘରେ ଲକ୍ଷ୍ମୀଙ୍କ ବାସ ରହିଥାଏ।

ଯେଉଁ ପାଉଞ୍ଜି ପିନ୍ଧୁଛନ୍ତି ସେଥିରେ ଘୁଙ୍ଗୁର ରହିବା ଆବଶ୍ୟକ। ଏହା ଦ୍ୱାରା ମା’ଳକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି ଓ ଧନର ବୃଦ୍ଧି ହୋଇଥାଏ।

 

 

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories