www.samajalive.in
Thursday, December 11, 2025
15.1 C
Bhubaneswar

ପୁଣି ବନ୍ଦ ହେଲା ଭରତପୁର କୋଇଲା ଖଣି

ତାଳଚେର : ୧୪ ଦିନ ଧରି ଖଣି ବନ୍ଦ ଆନ୍ଦୋଳନ ପ୍ରତ୍ୟାହାର ହେବା ପରେ ମଙ୍ଗଳବାରଠାରୁ ଭରତପୁର କୋଇଲା ଖଣିରୁ କୋଇଲା ଉତ୍ପାଦନ ଓ ପରିବହନ ଚାଲିଥିଲା ବେଳେ ବୁଧବାର ଅପରାହ୍ଣରୁ ଭାରତ ସରକାରଙ୍କ ଖଣି ସୁରକ୍ଷା ନିର୍ଦେଶାଳୟର ନିର୍ଦେଶ ଯୋଗୁଁ ଭରତପୁର ଖଣିକୁ ପୁଣି ବନ୍ଦ କରିଦିଆଯାଇଛି।
ଖଣି ସୁରକ୍ଷା ମହାନିର୍ଦେଶାଳୟ ଭୁବନେଶ୍ୱର କ୍ଷେତ୍ର ପକ୍ଷରୁ ଆସିଥିବା ପତ୍ରରେ ଗତ ୨୪ ଓ ୨୫ ତାରିଖରେ ଖଣି ସୁରକ୍ଷା ବିଭାଗର ଉପନିର୍ଦେଶକ ସତ୍ୟନାରାୟଣ ଭରତପୁର କୋଇଲା ଖଣି ଦୁର୍ଘଟଣା ନେଇ ନିରୀକ୍ଷଣ କରିଥିଲେ ଏବଂ ତାଙ୍କର ଏହି ରିପୋର୍ଟ ଅନୁଯାୟୀ ଖଣି ନିୟମର ୧୯୫୨ ଅନୁଯାୟୀ ୨୨(୩) ଅଧିନିୟମରେ ଏହି ଖଣିକୁ ବନ୍ଦ କରାଯିବା ପାଇଁ ନିର୍ଦେଶ ଦେଇଛନ୍ତି। ଖଣିର ଖନନ କାର୍ଯ୍ୟଧାରା ସଠିକ୍‍ ହୋଇ ନଥିବା ଏବଂ ବିଭିନ୍ନ କୃତ୍ରିମ ପାହାଡ଼ (ଓବି ଡମ୍ପ)ଗୁଡ଼ିକ ଉପଯୁକ୍ତ ପରିଚାଳନା ହେଉ ନଥିବା ସମ୍ପର୍କରେ ଗତ ଏପ୍ରିଲ୍‍ ୨୬ ଓ ଜୁଲାଇ ୧୧ରେ ତଦନ୍ତ କରି ଖଣି କର୍ତ୍ତୃପକ୍ଷଙ୍କୁ ଏହାର ପ୍ରତିକାର ପାଇଁ କୁହାଯାଇଥିଲା। କିନ୍ତୁ ଏହାର କୌଣସି ପ୍ରତିକାର କରା ନଯିବାରୁ ଗତ ଜୁଲାଇ ୨୩ ରାତିରେ ଦୁର୍ଘଟଣା ଘଟି ୪ ଜଣଙ୍କ ମୃତ୍ୟୁ ହୋଇଥିଲା ବୋଲି ଚିଠିରେ ଦର୍ଶାଯାଇଛି। ତେବେ ଖଣି ନିୟମକୁ ଉଲ୍ଲଂଘନ କରିବା ସହିତ ଶ୍ରମିକଙ୍କ ଜୀବନ ସୁରକ୍ଷା ବ୍ୟବସ୍ଥା ସଠିକ୍‍ ଢ଼ଙ୍ଗରେ ହୋଇ ନଥିବାରୁ ଭରତପୁର ଖଣିକୁ ବନ୍ଦ କରିବା ପାଇଁ ସୁରକ୍ଷା ନିର୍ଦେଶାଳୟ ପକ୍ଷରୁ ଏହି ନିର୍ଦେଶନାମା ଦିଆଯାଇଛି। ଫଳରେ ବୁଧବାର ଅପରାହ୍ଣଠାରୁ ଭରତପୁର ଖଣି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ତେବେ ତାଳଚେରରେ ଥିବା ଅନ୍ୟ ୯ଟି କୋଇଲା ଖଣିର ଉତ୍ପାଦନ ଓ ପରିବହନ ସ୍ୱାଭାବିକ ରହିଥିଲା ବେଳେ ସମଗ୍ର ଖଣି ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories