www.samajalive.in
Friday, December 5, 2025
26.1 C
Bhubaneswar

ମୃତ୍ୟୁର ଘଣ୍ଟାଏ ପୂର୍ବରୁ ସାଲଭେଙ୍କୁ ୧ ଟଙ୍କା ନେଇଯିବାକୁ କହିଥିଲେ ସୁଷମା

ନୂଆଦିଲ୍ଲୀ: ମଙ୍ଗଳବାର ରାତିରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପରଲୋକ ଘଟିଛି। ମୃତ୍ୟୁ ପରେ ସୁଷମାଙ୍କୁ ସାରାଦେଶ ଝୁରୁଛି। ତେବେ ମୃତ୍ୟୁ ପୂର୍ବରୁ ସୁଷମାଙ୍କ କିଛି କଥାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି। ମୃତ୍ୟୁର ୧ଘଣ୍ଟା ପୂର୍ବରୁ ସେ ବରିଷ୍ଠ ଓକିଲ ହରିଶ ସାଲଭେଙ୍କୁ ତାଙ୍କର ୧ ଟଙ୍କା ଫିସ୍‌ ନେଇଯିବାକୁ କହିଥିଲେ। ସାଲ୍‌​‌ଭେ ପାକିସ୍ତାନରେ ବନ୍ଦୀ ଥିବା କୁଳଭୂଷଣ ଯାଦବ ମାମଲାରେ ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତରେ ଭାରତ ପକ୍ଷରୁ ଲଢ଼ିଥିଲେ। ଏହି ମାମଲା ଲଢ଼ିବା ପାଇଁ ସେ ୧ ଟଙ୍କା ଫିସ ନେବେ ବୋଲି କହିଥିଲେ। ତେଣୁ ସୁଷମା ତାଙ୍କୁ ତାଙ୍କର ୧ ଟଙ୍କା ନେଇଯିବାକୁ ଡାକିଥିଲେ। କାଲି ଆସି ୧ ଟଙ୍କା ନେଇଯିବାକୁ ସାଲ୍‌ଭେଙ୍କୁ କହିଥିଲେ। କିନ୍ତୁ ଏହା ପୂର୍ବରୁ ସେ ତାଙ୍କ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ। ସାଲ୍‌ଭେ ଏହି ବିଷୟ ପ୍ରକାଶ କରିବା ପରେ ଦେଶବାସୀ ଭାବବିହ୍ବଳ ହୋଇପଡ଼ିଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories