www.samajalive.in
Friday, December 12, 2025
27.1 C
Bhubaneswar

ପେଶାରେ କଂସେଇ ହେଲେ ପୋଷିଛନ୍ତି ପଶୁପକ୍ଷୀ

ବଲାଙ୍ଗିର: ପେଟପାଟଣା ଓ ଜୀବନ ଜିବୀକା ପାଇଁ କଂସେଇ ବୃତ୍ତିକୁ ଆପଣେଇଥିବା ମଣିଷ ଯେ ପଶୁପକ୍ଷୀମାନଙ୍କୁ ଭଲପାଇପାରେ ତାହା ଆଖିରେ ନ ଦେଖିଲେ ସହଜରେ ବିଶ୍ୱାସ କରିହେବ ନାହିଁ। ସେଭଳି ଜଣେ ମଣିଷ ହେଉଛନ୍ତି ବଲାଙ୍ଗିର ସହରର ଏମ.ଡି. ମୁଖତାର।

ବଲାଙ୍ଗିର ଭାଗିରଥୀ ଛକ ନିକଟରେ ମୁଖତାର ମାଂସ ବିକ୍ରୟ କରନ୍ତି। କିନ୍ତୁ ଭିତରେ ସେ ପଶୁପକ୍ଷୀମାନଙ୍କୁ ବେଶ ଆଦର କରନ୍ତି। ନିଜ ଘରେ ଗାଇ, ମେଣ୍ଢା ଠାରୁ ଆରମ୍ଭ କରି କୁକୁଡା ଓ ବିଭିନ୍ନ ପ୍ରଜାତିର ଶୁଆ ପୋଷିଥିବା ବେଶ ଖୁସିର ସହ ପ୍ରକାଶ କରିଛନ୍ତି। ଏପରିକି ତାଙ୍କ ଗାଈ ଦୂରରେ ରହିଥିଲେ ମଧ୍ୟ ସେ ଡାକିଲେ ଗାଈ ଦୈାଡି ଆସୁଥିବା କହନ୍ତି ମୁଖତାର। ସେହିଭଳି ତାଙ୍କ ଦୋକାନରେ ରହିଥିବା ଦେଶୀ କୁକୁଡାମାନଙ୍କୁ ଆବଦ୍ଧ କରି ରଖନ୍ତି ନାହିଁ। ଗତ ମାସକ ତଳେ ଜଣେ ଅଜଣା ବ୍ୟକ୍ତି ଏକ ଛୋଟ ବାଜପକ୍ଷୀକୁ ବିକ୍ରୟ କରୁଥିବା ସମୟରେ ସେ ଆଦରର ସହ ତାହା କିଣିଥିଲେ। କୁହାଯାଏ ପକ୍ଷୀମାନଙ୍କ ଭିତରେ ଏକ ବିରଳ ପକ୍ଷୀ କୁହାଯାଉଥିବା ଏହି ବାଜ ପକ୍ଷୀକୁ ମାସକ ଭିତରେ ପୋଷା କରି ସାରିଛନ୍ତି। ନିଜ ଦୋକାନରେ ଏହି ପକ୍ଷୀକୁ ରଖି ଖାଲି ସମୟରେ ସେ ତା ସହିତ ଖେଳିଥାନ୍ତି ବୋଲି ମୁଖତାର କହନ୍ତି। ସେ ଏହି ପଶୁପକ୍ଷୀମାନଙ୍କୁ ବହୁତ ଭଲ ପାଆନ୍ତି ବୋଲି ପ୍ରକାଶ କରିଛନ୍ତି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories