ନିଆଁରେ ପୋଡ଼ି ପତ୍ନୀଙ୍କୁ ହତ୍ୟା ଅଭିଯୋଗ

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ଲକ୍ଷ୍ମଣସାହି ଗ୍ରାମରେ ଏକ ଅଭାବନୀୟ ଘଟଣା କ୍ରମରେ ସ୍ୱାମୀ ନିଜ ସ୍ତ୍ରୀକୁ ପୋଡ଼ି ମାରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଗ୍ରାମର ଧନୁର୍ଜୟ ମହାନ୍ତ ନିଜ ପତ୍ନୀ ମନ୍ଦାକିନୀଙ୍କୁ ସୋମବାର ରାତିରେ ଘର ଭିତରେ ନିଆଁରେ ପୋଡ଼ି ହତ୍ୟା କରିଛନ୍ତି। ଆଜି ସକାଳେ ଘଟଣା ବିଷୟରେ ଜଣାପଡ଼ିଥିଲା। ବାପଘର ଲୋକଙ୍କ ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ତେବେ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଦଳର ସହାୟତା ନିଆଯିବ ବୋଲି ପୁଲିସ କହିଛି।
ଉଲ୍ଲେଖଯୋଗ୍ୟ, ୧୪ ବର୍ଷ ପୂର୍ବେ ଧନୁର୍ଜୟ ବେତନଟିର ମନ୍ଦାକିନୀଙ୍କୁ ବିବାହ ହୋଇଥିଲା।

Comments are closed.