www.samajalive.in
Thursday, December 11, 2025
26.1 C
Bhubaneswar

ବନ୍ୟା ଆଶଙ୍କାରେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର, ରନ୍ଧା ଖାଦ୍ୟ ବଣ୍ଟନ

କାଲିମେଳା: ମାଲକାନଗିରି ଜିଲାର କାଲିମେଳା ବ୍ଲକରେ ବନ୍ୟା ପରିସ୍ଥତି ସୃଷ୍ଟି ହୋଇଛି। ବିଭିନ୍ନ ନଦୀ  ନାଳରେ ବନ୍ୟାଜଳ ପ୍ରବାହିତ ହେବା ସହିତ ଅନେକ ଗ୍ରାମରେ ପାଣି ପ୍ରବେଶ କରିଥିବା ସୂଚନା ମିଳିଛି। ଶୁକ୍ରବାର ରାତିରେ ଚିତ୍ରକୋଣ୍ଡା ଡ୍ୟାମ ପାଣି ଛଡ଼ାଯିବାକୁ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିବାରୁ ପୋଟେରୁ ନଦୀରେ ବନ୍ୟାଜଳ ବୃଦ୍ଧି ପାଇବାର ଆଶଙ୍କା ଦେଖାଦେଇଛି। ତେଣୁ ପ୍ରଶାସନ ଓ ପୁଲିସ ପକ୍ଷରୁ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ପୋଟେରୁ ବଜାରରେ ଥିବା ଲୋକମାନଙ୍କୁ ବଦଲି ଗ୍ରାମ ପଞ୍ଚାୟତକୁ ସ୍ଥାନାନ୍ତର କରାଯାଉଛି।

ବ୍ଲକର ୧୬ଟି ନଦୀକୁଳିଆ ଗ୍ରାମର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। କାଲିମେଳା ବ୍ଲକ ପ୍ରଶାସନ ପକ୍ଷରୁ ଏହିସବୁ ଗ୍ରାମବାସୀଙ୍କୁ ନିକଟସ୍ଥ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହିତ ସେମାନଙ୍କୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଏମପିଭି-୬, ଏମପିଭି-୬୩, ପୋଟେରୁ, ଏମପିଭି-୩୯,ବଦଲି, ମୁରଲିଗୁଡ଼ା, ଆଲମା, କତାଗୁଡ଼ା, ପିନାମାଦିଗୁରୁ, ପେଟା, ମୋଟୁ, ଗିରକାନପାଲୀ, ଏମପିଭି-୫୭,ଏମପିଭି-୬୯, ନାମକୋଣ୍ଡା ଓ ତେଲିଗୁଡ଼ା ଆଦି ଗ୍ରାମରେ ବନ୍ୟାଜଳ ପ୍ରବେଶ କରିବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ସେମାନଙ୍କୁ ନିରାପଦ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରିଦିଆଯାଇଛି ବୋଲି ବିଡିଓ ଉମା ଶଙ୍କର ଦଳାଇ ସୁଚନା ଦେଇଛନ୍ତି। ଏଥି ସହିତ ବନ୍ୟାର ମୁକାବିଲା ପାଇଁ ଓଡ଼୍ରାଫ ଓ ଅଗ୍ନିଶମ ବିଭାଗକୁ ସଜାଗ କରି ରଖାଯାଇଛି। ଏମପିଭି-୬, ମୋଟୁ, ଗିରକାନପାଲୀ, ଏମପିଭି-୫୭ ଓ ଏମପିଭି-୬୯ ଲୋକମାନଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି। ତେନ୍ତୁଳିଗୁଡ଼ା ଓ ଏମପିଭି-୧୯ ଗ୍ରାମରେ କେତେକ ଲୋକଙ୍କ ଘର ଭାଙ୍ଗିଯାଇଥିବା ଖବର ମିଳିଛି। ଶୁକ୍ରବାର ସନ୍ଧ୍ୟାରେ ବଦଲି ପଞ୍ଚାୟତରେ ଆଶ୍ରୟ ନେଇଥିବା ଲୋକମାନଙ୍କୁ ଚୂଡ଼ା ଓ ଗୁଡ଼ ଦିଆଯାଇଛି।  ଅନ୍ୟପଟେ ୩୨୬ନଂ. ଜାତୀୟ ରାଜପଥ ଉପରେ ଥିବା ପୋଟେରୁ ବଜାରର ଦୋକାନୀମାନଙ୍କୁ ନିରାପଦ ସ୍ଥାନକୁ ଚାଲିଯିବାକୁ ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ସୂଚନା ପ୍ରଦାନ କରାଯାଇଛି। ସେହିପରି କାଂଗୁରକୋଣ୍ଡା ବଜାରରେ ଥିବା ଦୋକାନୀ ମାନଙ୍କୁ ମଧ୍ୟ ବନ୍ୟାଜଳ ଆସିଲେ ନିରାପଦ ସ୍ଥାନକୁ ଚାଲିଯିବାକୁ ପ୍ରଶାସନ ପକ୍ଷରୁ ସତର୍କ କରାଇ ଦିଆଯାଇଛି।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories