www.samajalive.in
Thursday, December 11, 2025
15.1 C
Bhubaneswar

ସମସ୍ତଙ୍କୁ ସ୍ୱଚ୍ଛ ଓ ଶସ୍ତା ଇନ୍ଧନ ଯୋଗାଇବା ପାଇଁ କେନ୍ଦ୍ର ପ୍ରତିଶ୍ରୁତିବଦ୍ଧ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତରେ ପ୍ରଗତିଶୀଳ ଉର୍ଜା କ୍ଷେତ୍ର ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରିଛି। ଦେଶର ଆର୍ଥିକ ବିକାଶ ପାଇଁ ସମସ୍ତଙ୍କୁ ସ୍ୱଚ୍ଛ ଓ ଶସ୍ତା ଇନ୍ଧନ ଯୋଗାଇଦେବା ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀ ଠାରେ ଆୟୋଜିତ ବ୍ଲୁମବର୍ଗ ଏନ୍ଇଏଫ୍ ସମ୍ମିଳନୀରେ ଯୋଗଦେଇ କହିଛନ୍ତି ଧର୍ମେନ୍ଦ୍ର ଏହା କହିଛନ୍ତି। ସେ କହିଛନ୍ତି ଯେ, ଚଳିତ ଆର୍ଥିକବର୍ଷରେ ଭାରତ ୩ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବାକୁ ଯାଉଥିବାବେଳେ ନିକଟ ଭବିଷ୍ୟତରେ ୫ ଟ୍ରିଲିୟନ ଡଲାର ଅର୍ଥନୀତି ହେବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ତଥା ଭାରତକୁ ସୁରକ୍ଷିତ ରଖିବା ପାଇଁ ଦେଶର ୧୩୦ କୋଟି ଲୋକଙ୍କ ପାଖରେ ଉର୍ଜା ପହଞ୍ଚାଇବାର ଆବଶ୍ୟକତା ରହିଛି। ଅପରପକ୍ଷରେ ଦେଶରେ ଉର୍ଜା ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ହାଇଡ୍ରୋକାର୍ବନ କ୍ଷେତ୍ରରେ ମଧ୍ୟ ପରୀକ୍ଷା କରାଯାଇ ବିକଳ୍ପ ଉର୍ଜା ସୃଷ୍ଟି ଲଗି ଅନେକ ଉପାୟ ଅବଲମ୍ବନ କରାଯାଇଛି।

ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ବିଶ୍ୱ ଅର୍ଥ ବ୍ୟବସ୍ଥାରେ ସୁଦୃଢ ହୋଇପାରିଛି। ଦେଶରେ ମଜଭୁତ୍ ଘରୋଇ ଅର୍ଥ ବ୍ୟବସ୍ଥା ଏବଂ ପରିବେଶ ସହାୟକ ନୀତି ଯୋଗୁଁ ଭାରତ ସରକାର ଦେଶର ଆର୍ଥିକ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ। ପରିବେଶ ପ୍ରଦୂଷଣ ଆମ ପାଇଁ ଚ୍ୟାଲେଞ୍ଜ। ଏହାକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ଦେଶରେ ୨୦୨୦ ଏପ୍ରିଲ ପହିଲା ସୁଦ୍ଧା ବିଏସ-୬ ମାନର ଇନ୍ଧନକୁ ବ୍ୟବହାର କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ରାଜଧାନୀ ଦିଲ୍ଲୀରେ ଗତବର୍ଷ ଏପ୍ରିଲରୁ ବିଏସ-୬ ମାନର ଇନ୍ଧନର ବ୍ୟବହାର ଆରମ୍ଭ ହୋଇଛି। ସେହିପରି ରିଫାଇନାରୀ ସଂସ୍ଥାଗୁଡିକ ବିଏସ-୬ ଗୁଣବତ୍ତା ବିଶିଷ୍ଟ ଇନ୍ଧନ ଉତ୍ପାଦନ ଏବଂ ଏହାକୁ ୨୦୨୦ ଏପ୍ରିଲରୁ ସାରା ଦେଶରେ ଯୋଗାଇବା ପାଇଁ ପ୍ରାୟ ୩୦,୦୦୦ କୋଟି ପୁଞ୍ଜିନିବେଶ କରାଯାଇଛି। ଆଗାମୀ ଦିନରେ ସ୍ଥାୟୀ ଉର୍ଜା କ୍ଷେତ୍ରରେ ଭାରତର ଭବିଷ୍ୟତ ପାଇଁ ୧୭୦ ଜିଗା ୱାଟ୍ ନବୀକରଣ ଯୋଗ୍ୟ ଉର୍ଜା ଉତ୍ପାଦନ ସରକାରଙ୍କ ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଅଙ୍ଗାରକାମ୍ଳ ଓ ଅନ୍ୟାନ୍ୟ ହାନିକାରକ ଗ୍ୟାସ ନିର୍ଗମନର ତୀବ୍ରତାକୁ କମାଇବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ। ଦେଶରେ ସିଟି ଗ୍ୟାସ ବିତରଣ ତଥା ସିଜିଡି ନେଟୱାର୍କକୁ ବିସ୍ତାର କରାଯାଇଛି। ବର୍ତ୍ତମାନ ଭାରତୀୟ ଜନସଂଖ୍ୟାର ୭୦ ପ୍ରତିଶତ ଲୋକଙ୍କ ପାଖରେ ସିଜିଡି ନେଟୱାର୍କ ପହଁଚିପାରିଛି। ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ୭.୫ କୋଟି ଗରିବ ଲୋକଙ୍କୁ ଏଲପିଜି ଗ୍ୟାସ ମାଧ୍ୟମରେ ସ୍ୱଚ୍ଛ ଇନ୍ଧନ ଯୋଗାଇ ସେମାନଙ୍କ ଜୀବନଶୈଳୀକୁ ପରିବର୍ତ୍ତନ କରିଛି। ଏଲପିଜି ବ୍ୟବହାର କ୍ଷେତ୍ରରେ ୨୦୧୪ରେ ୫୬ ପ୍ରତିଶତରୁ ବୃଦ୍ଧି ପାଇ ଏବେ ଏହା ୯୫ ପ୍ରତିଶତରେ ପହଁଚିଛି। ୱାର୍ଲଡ୍ ବ୍ୟାଙ୍କ୍ ଇଜ୍ ଅଫ୍ ଡୁଇଙ୍ଗ ବିଜନେସ ରାଙ୍କିଂରେ ଭାରତ ଉଲ୍ଲେଖନୀୟ ସଫଳତା ହାସଲ କରିଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories