www.samajalive.in
Friday, December 12, 2025
19.1 C
Bhubaneswar

ଏଣିକି ମହଙ୍ଗା ପଡିବ ଆତଙ୍କବାଦୀ କାର୍ଯ୍ୟକଳାପ

ନୂଆଦିଲ୍ଲୀ: ବେଆଇନ କାର୍ଯ୍ୟକଳାପ ନିବାରଣ ସଂଶୋଧନ ବିଲ୍‍ ୨୦୧୯ ରାଜ୍ୟସଭାରେ ଗୃହୀତ ହେବା ପରେ ପାର୍ଲାମେଣ୍ଟର ଅନୁମୋଦନ ଲାଭ କରିଛି। ପୂର୍ବରୁ ଏହି ବିଲ୍‍ ଲୋକସଭାରେ ଗୃହୀତ ହୋଇଥିଲା। ଏହି ବିଲ୍‍ ସପକ୍ଷରେ ୧୪୭ ଜଣ ସଦସ୍ୟ ଭୋଟ ଦେଇଥିଲାବେଳେ ୪୨ ଜଣ ସଦସ୍ୟ ଏହା ବିରୋଧରେ ଭୋଟ୍‍ ଦେଇଥିଲେ। ୧୯୬୭ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନରେ ଅଧିକ ସଂଶୋଧନ ଏହି ବିଲ୍‍ର ଲକ୍ଷ୍ୟ।

ଯଦି କୌଣସି ବ୍ୟକ୍ତି ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରୁହନ୍ତି କିମ୍ବା ଅଂଶ ଗ୍ରହଣ କରନ୍ତି, ଆତଙ୍କବାଦୀମାନଙ୍କୁ ନିଯୁକ୍ତ କରନ୍ତି, ଆତଙ୍କବାଦର ପ୍ରସାର କରନ୍ତି କିମ୍ବା ଯେକୌଣସି ପ୍ରକାରର ଆତଙ୍କବାଦୀ ସହ ସଂଶ୍ଳିଷ୍ଟ ରହିଥା’ନ୍ତି, ତେବେ ସେହି ବ୍ୟକ୍ତିଙ୍କୁ ଆତଙ୍କବାଦୀ ଭାବେ ଘୋଷଣା କରିବା ପାଇଁ ଏହି ବିଲ୍‍ କେନ୍ଦ୍ର ସରକାରଙ୍କୁ କ୍ଷମତା ପ୍ରଦାନ କରିବ। ଜାତୀୟ ତଦନ୍ତକାରୀ ସଂସ୍ଥାଦ୍ୱାରା ତଦନ୍ତ ଚାଲିଥିଲା ବେଳେ କୌଣସି ସମ୍ପତ୍ତିକୁ କୋରଖ କିମ୍ବା ବାଜ୍ୟାପ୍ତ କରିବା ଲାଗି ଏନ୍‍.ଆଇ.ଏ.ର ମହାନିର୍ଦ୍ଦେଶକଙ୍କୁ ଏହା ଦ୍ୱାରା କ୍ଷମତା ଦିଆଯାଇଛି। ପୂର୍ବରୁ କୌଣସି ବ୍ୟକ୍ତିଙ୍କୁ ଆତଙ୍କବାଦୀ ଭାବେ ସରକାର ଘୋଷଣା କରିପାରିବେ ନାହିଁ ବୋଲି ଆଇନ ରହିଥିଲା।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories