କାଲିମେଳା : ବନ୍ୟାପାଣି ଘେରରେ ଫସିରହିଥିବା ଜଣେ ଆଦିବାସୀ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରାଯାଇଥିବା ଦେଖିବାକୁ ମିଳିଛି। କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅବିଦ ହୁସେନ ଏହି ମହିଳାଙ୍କୁ ସୁରକ୍ଷିତ ଭାବେ ନିଜ ଘରୁ ଉଦ୍ଧାର କରି ମେଡିକାଲକୁ ଆଣିଛନ୍ତି। ସୂଚନା ଅନୁସାରେ, କଇମେଟଲା ପଞ୍ଚାୟତର ତଥା ଭେଙ୍କଟାପଲମ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଅଧିନରେ ଥିବା ନାମକୋଣ୍ଡା ଗ୍ରାମର ଉଙ୍ଗା ବେଟୀଙ୍କ ସ୍ତ୍ରୀ ଇର୍ମେ ବେଟି ଗର୍ଭବତୀ ଥିଲେ। ତାଙ୍କର ପ୍ରସବ ହେବା ତାରିଖ ହୋଇଯାଇଥିଲା। ତେବେ ଗତ ଗୁରୁବାର ରାତିଠାରୁ କାଲିମେଳା ଅଞ୍ଚଳରେ ପ୍ରବଳ ବର୍ଷା ହେବା ଫଳରେ ବନ୍ୟା ପରିସ୍ଥିତି ସୃୃଷ୍ଟି ହୋଇଥିଲା। ଇର୍ମେଙ୍କ ଘର ନାମକୋଣ୍ଡା ଗ୍ରାମର ଶେଷ ଭାଗରେ ଏକ ତଳିଆ ଅଞ୍ଚଳରେ ଥିବା ବେଳେ ତାଙ୍କ ଘର ଚାରିପଟେ ବନ୍ୟାପାଣି ମାଡିଯାଇଥିଲ।। ଇର୍ମେ ନିଜର ଭଙ୍ଗା ତାଳ ଛପର ଘରେ ବିପଦସଙ୍କୁଳ ଅବସ୍ଥାରେ ରହିଆସୁଥିଲେ। ତେବେ ଖବର ପାଇ କାଲିମେଳା ମେଡିକାଲର ଡା. ହୁସେନ,ପି.ଏଚ.ଇ.ଓ ଚୁଡାମଣି ମଣ୍ଡଳ ଗ୍ରାମର ଆଶାକର୍ମୀ ସେଠାରେ ପହଞ୍ଚି ଇର୍ମେର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ତାଙ୍କୁ ସୁରକ୍ଷିତ ଭାବେ କାଲିମେଳା ମେଡିକାଲକୁ ଆଣି ଭର୍ତ୍ତି କରିଥିବା ଜଣାପଡିଛିା ପ୍ରଥମେ ମହିଳା ଜଣଙ୍କ ଡ଼ାକ୍ତରଖାନା ଆସିବା ପାଇଁ ଅରାଜି ହୋଇଥିଲେ। ଏଥିରେ ନାମକୋଣ୍ଡା ଗ୍ରାମର ୱାଡମେମ୍ବରଙ୍କ ସମେତ କିଛି ଗ୍ରାମବାସୀ ତାଙ୍କୁ ବୁଝାସୁଝା କରି ଡ଼ାକ୍ତରଖାନା ପଠାଇଥିବା ଜଣାପଡିଛି। ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲଥିବା ଜଣାପଡିଛିା
Popular Categories



