www.samajalive.in
Friday, December 12, 2025
19.1 C
Bhubaneswar

ଆମ ବିରୋଧରେ ମୈତ୍ରୀ କମ୍ପାନୀ ଦ୍ୱାରା ପ୍ରାୟୋଜିତ ଶକ୍ତି ପ୍ରଦର୍ଶନ ହେଉଛି; କୋଡ଼ିଙ୍ଗାମାଳି ଗ୍ରାମବାସୀ

ଲକ୍ଷ୍ମୀପୁର : ଆମ ବିରୋଧରେ ମୈତ୍ରୀ କମ୍ପାନୀ ଦ୍ୱାରା ପ୍ରାୟୋଜିତ ଶକ୍ତି ପ୍ରଦର୍ଶନ ହେଉଛି ବୋଲି ୮ ଦିନ ହେଲା କୋଡ଼ିଙ୍ଗାମାଳି ପ୍ରବେଶ ପଥକୁ ଅବରୋଧ କରିଥିବା ପ୍ରଭାବିତ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ମୈତ୍ରୀ କମ୍ପାନୀ ସ୍ଥାନୀୟ ଅଞ୍ଚଳର କିଛି ମୁଷ୍ଟିମେୟ ନେତାମାନଙ୍କୁ ଧରି ଆମ ଅଞ୍ଚଳ ବାହାରୁ ଲୋକମାନଙ୍କୁ ଆଣି ଶକ୍ତି ପ୍ରଦର୍ଶନ କଲେବି କିଛି ଫରକ ପଡ଼ିବ ନାହିଁ ବୋଲି ଦୃଢ଼ୋକ୍ତିର ସହ କହିଛନ୍ତି। ୨୦୧୧ରେ ଯେଉଁ ଗ୍ରାମସଭା କରାଯାଇଥିଲା ତାହା ଆଦିତ୍ୟ ଆଲୁମୁନିୟମ କାରଖାନାକୁ ଦିଆଯିବ ବୋଲି କୁହାଯାଇଥିଲା। କିନ୍ତୁ ଏଠାରୁ ଲାଞ୍ଜିଗଡ଼ର ବେଦାନ୍ତ କମ୍ବାନୀକୁ ଦିଆଯିବା ନିମନ୍ତେ ସେପରି କିଛି ଗ୍ରାମସଭା ହୋଇ ନଥିଲା। ତେଣୁ ପୁନର୍ବାର ଗ୍ରାମସଭା କରାଯିବା ସହିତ ସେହି ସମୟ ପର୍ଯ୍ୟନ୍ତ ଖଣି ଖନନ ବନ୍ଦରଖିବାକୁ ପ୍ରଭାବିତ ଗ୍ରାମବାସୀମାନେ ଦାବି କରିଛନ୍ତି। ଖଣି ଠିକା ନେଇଥିବା କମ୍ପାନୀ ଏଠାରେ କିଛି ଦଲାଲମାନଙ୍କୁ ଧରି ପ୍ରଭାବିତ ଗ୍ରାମବାସୀଙ୍କ ଦାବିକୁ ଟାଳି ଦେବାପାଇଁ ପ୍ରୟାଶ ଚଳାଇଛନ୍ତି। ଏଥିପାଇଁ ଜିଲା ପ୍ରଶାସନ ସେମାନଙ୍କୁ ସହଯୋଗର ହାତ ବଢ଼ାଇଛି ବୋଲି ଅଭିଯୋଗ କରିବା ସହିତ ସେମାନେ ସେଥିରେ କେବେବି ସଫଳ ହୋଇ ପାରିବେ ନାହିଁ ବୋଲି ଗ୍ରାମବାସୀମାନେ କହିଛନ୍ତି। ଏପରିକି ଆମ ଧାରଣା ସ୍ଥଳକୁ ଗାଡ଼ି ଧରି ଆସୁଥିବା ଲୋକମାନଙ୍କୁ ପୁଲିସ ବାଟରେ ଅଟକାଇ ଧମକ ଦେବା ସହିତ ଯେଉଁ ଗାଡ଼ି ଚାଳକମାନେ ଏଠାକୁ ଆସୁଥିଲେ ସେମାନଙ୍କୁ ଧମକ ଚମକ ଦେଉଥିବା ବେଳେ ବହୁ ସଂଖ୍ୟକ ଗାଡ଼ିରେ ବାହାରୁ ଲୋକ କିପରି ବୁହା ହୋଇ ଆସୁଥିଲେ ବୋଲି ପ୍ରଶ୍ନ କରିଛନ୍ତି। ସେହିପରି ପୂର୍ବତନ ବିଧାୟକ ଗତ ୧୯ ତାରିଖରେ ଏକ ବୈଠକ କରି ଅଞ୍ଚଳରେ କିଛି ଊନ୍ନୟନ କାର୍ଯ୍ୟ ହୋଇପାରୁ ନାହିଁ ବୋଲି କମ୍ପାନୀ ବିରୋଧରେ କହୁଥିବାବେଳେ ୩୦ ତାରିଖରେ ପୁଣି ଏକ ବୈଠକ କରାଯିବ ବୋଲି କହିବା ସହିତ ୧୫ଦିନ ମଧ୍ୟରେ କିପରି ବଦଳିଗଲେ ? ପନ୍ଦର ଦିନ ମଧ୍ୟରେ କଣ କମ୍ପାନୀ ବିକାଶ କରି ପକାଇଲା ବୋଲି ପ୍ରଶ୍ନ କରିଥିଲେ। ତେବେ ୮ ଦିନ ହେଲା ପ୍ରଭାବିତ ଗ୍ରାମବାସୀମାନେ ପ୍ରବେଶ ପଥ ଅବରୋଧ ଜାରି ରଖିଥିବା ବେଳେ ଅଞ୍ଚଳରେ ଏହାକୁ ନେଇ ବିପକ୍ଷ ଓ ସପକ୍ଷ ବାଦୀଙ୍କ ମୁଁହାମୁହିଁ ପରିସ୍ଥିତି ଯଦି ଉପୂଜେ ସେଥିପାଇଁ ପୁଲିସ ପ୍ରାଶାସନ, ଟ୍ରକ ମାଲିକ ସଂଘ ସହିତ କମ୍ପାନୀ ଓ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେବା ସହିତ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛନ୍ତି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories