www.samajalive.in
Wednesday, December 10, 2025
26.1 C
Bhubaneswar

ଆତଙ୍କବାଦୀ ଆକ୍ରମଣ ଆଶଙ୍କା ; ଅମରନାଥ ଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ନିରାପତ୍ତା ସତର୍କତା ଜାରି

ନୂଆଦିଲ୍ଲୀ/ଶ୍ରୀନଗର : ଆତଙ୍କବାଦୀ ଆକ୍ରମଣର ବିପଦ ଦୃଷ୍ଟିରୁ ଅମରନାଥ ଯାତ୍ରୀ ଓ କାଶ୍ମୀର ଉପତ୍ୟକାରେ ପର୍ଯ୍ୟଟକମାନଙ୍କ ରହଣି କାଣ୍ଟ୍‍ଛାଣ୍ଟ କରିବାପାଇଁ ଜମ୍ମୁ ଓ କାଶ୍ମୀର ସରକାର ଆଜି ନିରାପତ୍ତା ସତର୍କତା ଜାରି କରିଛନ୍ତି । ରାଜ୍ୟର ଘରୋଇ ବିଭାଗ ପକ୍ଷରୁ ଜାରି ଏକ ଇସ୍ତାହାରରେ କୁହାଯାଇଛି, ଅମରନାଥ ଯାତ୍ରା ଉପରେ ଆତଙ୍କବାଦୀ ଆକ୍ରମଣ ହେବାର ଗୁଇନ୍ଦା ସୂଚନା ପାଇବା ପରେ ଏପରି ସତର୍କତା ଜାରି କରାଯାଇଛି । ପୂର୍ବରୁ ଲେଫ୍‍ଟନାଣ୍ଟ ଜେନେରାଲ୍‍ କେ.ଜେ.ଏସ୍‍. ଧିଲୋଁ, ଜି.ଓ.ସି. ଚିନାର କର୍ପସ୍‍ ଏବଂ ରାଜ୍ୟ ପୁଲିସ୍‍ ମୁଖ୍ୟ ଦିଲ୍‍ବାଗ୍‍ ସିଂ ଶ୍ରୀନଗରରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ଲସ୍କର, ଜୈସ ଓ ଅନ୍‍ସର ଘଜ୍‍ୱାତୁଲ୍‍ ହିନ୍ଦ୍‍ ଆତଙ୍କଦୀମାନେ ପାକିସ୍ତାନୀ ସେନାବାହିନୀର ସମର୍ଥନରେ ଅମରନାଥ ଯାତ୍ରା ଉପରେ ଆକ୍ରମଣ କରିବାପାଇଁ ଯୋଜନା କରୁଛନ୍ତି। ସେନା ବାହିନୀ, ପୁଲିସ୍‍ ଓ ସିଆର୍‍ପିଏଫ୍‍ ପକ୍ଷରୁ ବାଲ୍‍ତାଲ୍‍ ଓ ପହଲ୍‍ଗାମ୍‍ ଅମରନାଥ ଯାତ୍ରାପଥରେ ତନାଘନା ଅନୁସନ୍ଧାନ କରାଯାଇ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଲ୍ୟାଣ୍ଡ ମାଇନ୍‍ ଜବତ କରାଯାଇଛି। ଏହି ଲ୍ୟାଣ୍ଡ ମାଇନ୍‍ଗୁଡ଼ିକରେ ପାକିସ୍ତାନୀ ସେନାର ଚିହ୍ନ ରହିଛି। ଆମେରିକୀୟ ଏମ୍‍.-୨୦ ସ୍ନିପର ରାଇଫଲ ଓ ଗୋଟିଏ ଟେଲିସ୍ପୋପ୍‍ ଜବତ କରାଯାଇଛି। ତେବେ ଆତଙ୍କବାଦୀ ବିରୋଧି କାର୍ଯ୍ୟାନୁଷ୍ଠାନବେଳେ ପାକିସ୍ତାନର ଆତଙ୍କବାଦୀ ଫୟାଜ୍‍ ପାଞ୍ଜୁ ଓ ମୁନ୍ନା ଲାହୋଡ଼ି ପ୍ରାଣ ହରାଇଥିବା ସେମାନେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି।

Hot this week

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

ଓଡ଼ିଶାରୁ ଚଣ୍ଡିଗଡ ଗଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ଜିତିବା ପରେ ଚଣ୍ଡିଗଡ ଅଭିମୁଖେ ଗଲେ ଭାରତ...

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories