www.samajalive.in
Sunday, December 7, 2025
16.1 C
Bhubaneswar

ଜାଣନ୍ତୁ ବନ୍ଧୁତ୍ୱ ଦିବସର ଇତିହାସ ଓ ଏହାର ମହତ୍ତ୍ୱ

ବନ୍ଧୁତ୍ୱ ଦିବସ ( ଫ୍ରେଣ୍ଡସିପ ଡ଼େ) ଆଉ ଅଳ୍ପ ଦିନ ବାକି ରହିଲା। ଅଗଷ୍ଟ ମାସର ପ୍ରଥମ ରବିବାରରେ ପାଳନ କରାଯାଉଥିବା ଏହି ଦିନଟି ବନ୍ଧୁ ମାନଙ୍କ ପାଇଁ ଏକ ବିଶେଷ ଦିନ। ବନ୍ଧୁତ୍ୱ ଏପରି ଏକ ସମ୍ପର୍କ ଯାହା ରକ୍ତ ସମ୍ପର୍କ ନହେଲେ ମଧ୍ୟ ଏହାର ମୂଲ୍ୟ ଓ ପବିତ୍ରତା ଖୁବ ଅଧିକ। ବେଳେ ବେଳେ ଏପରି କିଛି କଥା ମନରେ ଆସିଥାଏ ଯାହା ଅନ୍ୟ କାହାକୁ ନକହି ହେଉନଥିଲେ ମଧ୍ୟ ବନ୍ଧୁଙ୍କ ସମ୍ମୁଖରେ ପ୍ରକାଶ କରି ହୁଏ। ବନ୍ଧୁ ହେଉଛି ଏପରି ବ୍ୟକ୍ତି ଯାହାର ଗୁରୁତ୍ୱତା ସାରା ବିଶ୍ୱରେ ସ୍ୱତନ୍ତ୍ର। ସାଙ୍ଗମାନେ ଆମକୁ ପ୍ରତି କ୍ଷେତ୍ରରେ ସାହାଯ୍ୟ କରିଥାଆନ୍ତି। ଜୀବନରେ ଯଦି ସାଙ୍ଗ ନଥାଆନ୍ତେ ତେବେ ଆମ ଜୀବନ ମରୁଭୂମି ସଦୃଶ ପାଲଟି ଯାଇଥାଆନ୍ତା। ସାଙ୍ଗଟିଏ ଆମକୁ ଖୁସି କରାଏ ଓ ଦିଏ। ଯେଉଁଥିରେ ଆମର ଦୁର୍ବଳତା ଜାଣି ମଧ୍ୟ ଆମକୁ ପ୍ରେରିତ କରିଥାଏ ସାହସର ସହ ଆଗକୁ ବଢିବା ପାଇଁ। ଆବଶ୍ୟକ ସମୟରେ ଆମକୁ ସାହାଯ୍ୟ କରିବା ନିମନ୍ତେ ସର୍ବଦା ଆଗେଇ ଆସିଥାଏ। ପରିବାରର ସଦସ୍ୟଙ୍କ ମାନଙ୍କ ଭଳି ଆମେ ସାଙ୍ଗସାଥିଙ୍କୁ ଭରସା କରିଥାଉ। ପ୍ରକୃତରେ ବନ୍ଧୁର ଭୂମିକା ଅନ୍ୟ ମାନଙ୍କ ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ।
ମାତ୍ର ଆପଣ ହୁଏତ ଜାଣି ନଥିବେ ବନ୍ଧୁତ୍ୱ ଦିବସ ଅଗଷ୍ଟ ମାସର ପ୍ରଥମ ରବିବାରକୁ କେଉଁ କାରଣରୁ ପାଳନ କରାଯାଏ ? ଜାଣନ୍ତୁ ବନ୍ଧୁତ୍ୱ ଦିବସର ଇତିହାସ ….
ହଲମାର୍କ କାର୍ଡ଼ର ସଂସ୍ଥାପକ ଜୋସ ହାଲଙ୍କ ପ୍ରସ୍ତାବରେ ବନ୍ଧୁତ୍ୱର ପ୍ରତୀକ ସ୍ୱରୂପ ୧୯୧୯ରୁ ଏହି ଦିବସର ପାଳନ ଆରମ୍ଭ ହୋଇଥିଲା।
୧୯୩୫ରେ ପ୍ରଥମ ଥର ଆମେରିକା କଂଗ୍ରେସ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲା।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories