www.samajalive.in
Thursday, December 11, 2025
15.1 C
Bhubaneswar

ଇଡି ଦ୍ବାରା ମୃତ ଘୋଷିତ ବ୍ୟକ୍ତି ଆଜି ଅଦାଲତରେ ହାଜର ହେବେ

ନୂଆଦିଲ୍ଲୀ: ଅଗୁସ୍ତା ୱେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ବୁଧବାର ଓଲଟିଛି। ଦିନକ ପୂର୍ବେ ଇଡି ମୃତ ଘୋଷଣା କରିଥିବା ବ୍ୟକ୍ତିଙ୍କୁ ଗୁରୁବାର ଅଦାଲତରେ ହାଜର କରିବ ବୋଲି ସୂଚନା ଦେଇଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳ ନାଥଙ୍କ ଭଣଜା ରତୁଲ ପୁରୀ ଏହି ମାମଲା​‌ରେ ଅଭିଯୁକ୍ତ ଅଛନ୍ତି। ତାଙ୍କ ବିରୋଧରେ ଆସିଥିବା ମାମଲାର ଅନ୍ୟତମ ସାକ୍ଷୀ କେ.କେ ଖୋସଲାଙ୍କୁ ହତ୍ୟା କରାଯାଇଥିବା ସମ୍ପର୍କରେ ଇଡି ଓକିଲ ମଙ୍ଗଳବାର ଅଦାଲତକୁ ଜଣାଇଥିଲେ। ତାଙ୍କ ଘରେ ତନଖି ପରେ ଏହା ଜଣାପଡ଼ିଥଲା ବୋଲି କହିଥିଲେ; କିନ୍ତୁ ଏହାର ୨୪ଘଣ୍ଟା ପରେ ଖୋସଲା ଜୀବିତ ଅଛନ୍ତି ଓ ଆସନ୍ତା କାଲି ତାଙ୍କୁ ଅଦାଲତରେ ହାଜର କରାଯିବ ବୋଲି ବୁଧବାର ଘୋଷଣା କରିଛି। ଖୋସଲାଙ୍କ ନିକଟରେ ଉପରୋକ୍ତ ମାମଲା ସମ୍ପର୍କିତ ବହୁ ଗୁରୁତ୍ବପୂର୍ଣ୍ଣ ନଥି ରହିଥିବା ଇଡି ଦାବି କରିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories