www.samajalive.in
Thursday, December 11, 2025
13.1 C
Bhubaneswar

ଉନ୍ନାଓ ପୀଡ଼ିତାଙ୍କ ଦୁର୍ଘଟଣା: ସଂସଦରେ ହୋହଲ୍ଲା, ତଦନ୍ତ ପାଇଁ ଏସଆଇଟି ଗଠିତ

ନୂଆଦିଲ୍ଲୀ: ଦୁର୍ଘଟଣାର ସମ୍ମୁଖୀନ ହୋଇ ଉନ୍ନାଓ ଗଣବଳାତ୍କାର ପୀଡିତ ମୃତ୍ୟୁ ସହିତ ସଂଗ୍ରାମ କରୁଥିବାବେଳେ ଏହି ଘଟଣାକୁ ନେଇ ମଙ୍ଗଳବାର ସଂସଦରେ ବିରୋଧୀ ଦଳ ହୋହଲ୍ଲା କରିଛନ୍ତି। ଉତ୍ତରପ୍ରଦେଶ ସରକାରଙ୍କୁ ସମାଲୋଚନା କରି ବିରୋଧୀ କଂଗ୍ରେସ, ତୃଣମୂଳ କଂଗ୍ରେସ, ଡିଏମକେ କହିଛନ୍ତି ଯେ ସରକାର ଏହାର ବିଧାୟକଙ୍କୁ ରାଜନୈତିକ ସୁରକ୍ଷା ଦେଉଛନ୍ତି। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବିଧାୟକ କୁଲଦୀପ ସେନଗର ପୀଡିତା ଓ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା ଷଡଯନ୍ତ୍ର କରି ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ସେନଗର ଏବେ ଜେଲ୍‌ରେ ଥିବାବେଳେ ସେଠାରେ ଥାଇ ହତ୍ୟା ଷଡଯନ୍ତ୍ର ରଚନା କରିଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଏହି ଦୁର୍ଘଟଣାର ତଦନ୍ତ ପାଇଁ ଉତ୍ତରପ୍ରଦେଶ ପୁଲିସ ଏକ ଏସଆଇଟି ଗଠନ କରିଛି। ଆଇଜି ପ୍ରବୀଣ କୁମାର କହିଛନ୍ତି ଯେ ସରକାର ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିସ କରିଛନ୍ତି। ତେବେ ସିବିଆଇ ମାମଲାର ତଦନ୍ତ ଭାର ଗ୍ରହଣ କରିବା ପର୍ଯ୍ୟନ୍ତ ଘଟଣା ଉପରେ ପୁଲିସ ତଦନ୍ତ କରିବ। ରବିବାର ପୀଡିତା, ତାଙ୍କ ପରିବାର ସଦସ୍ୟ ଓ ଓକିଲ ରାୟବରେଲିରୁ ଫେରୁଥିବାବେଳେ ଏକ ଟ୍ରକ ତାଙ୍କ କାରକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ପୀଡିତାଙ୍କର ଦୁଇ ସମ୍ପର୍କୀୟ ପ୍ରାଣ ହରାଇଥିବାବେଳେ ପୀଡିତା ଓ ତାଙ୍କ ଓକିଲ ଗୁରୁତର ଆହତ ହୋଇଛନ୍ତି। ସୋମବାର ପୁଲିସ ବିଧାୟକ ସେନଗର ଓ ତାଙ୍କର ୯ ସହଯୋଗୀଙ୍କ ବିରୋଧରେ ହତ୍ୟା ଓ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଥିଲା। ବିରୋଧୀ ଦଳ ସେନଗରଙ୍କୁ ଶାସକ ଦଳ ବିଧାୟକ ବୋଲି କହିଥିବାବେଳେ ତାଙ୍କ ବହୁଦିନରୁ ଦଳରୁ ନିଲମ୍ବନ କରାଯାଇଥିବା ବିଜେପି କହିଛି। ଉତ୍ତରପ୍ରଦେଶ ବିଜେପି ମୁଖ୍ୟ କହିଛନ୍ତି ଯେ ସେନଗରଙ୍କୁ ଅନେକ ଦିନ ହେଲା ବିଜେପିରୁ ନିଲମ୍ବନ କରାଯାଇଛି। ଏହି ଦୁର୍ଘଟଣା ପୂର୍ବରୁ ଜୁଲାଇ ୧୨ ତାରିଖରେ ପୀଡିତାଙ୍କ ପରିବାର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ପତ୍ର ଲେଖି ସେମାନଙ୍କୁ ଧମକ ଦିଆଯାଉଥିବା ସମ୍ପର୍କରେ ଅବଗତ କରାଇଥିଲେ। ପୀଡିତାଙ୍କ ପରିବାରକୁ ମାମଲା ପ୍ରତ୍ୟାହାର କରିନେବାକୁ ଧମକ ଦିଆଯାଇଥିଲା। ଅନ୍ୟଥା ସେମାନଙ୍କୁ ଜେଲ୍‌ରେ ଭର୍ତ୍ତି କରାଯିବ ବୋଲି ଧମକରେ କୁହାଯାଇଥିବା ସେମାନେ ଦର୍ଶାଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories