www.samajalive.in
Thursday, December 11, 2025
27.1 C
Bhubaneswar

ମୋଜାମ୍ବିକ ଶାନ୍ତି ପ୍ରକ୍ରିୟାକୁ ସମର୍ଥନ – ରାଜନାଥ

ମାପୁଟୋ: ଭାରତ ଓ ମୋଜାମ୍ବିକ୍‍ ଦୁଇଟି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି। ବେସାମରିକ ଜାହାଜ ଚଳାଚଳ ସଂକ୍ରାନ୍ତ ତଥ୍ୟ ବିନିମୟ ଏବଂ ଜଳ ସର୍ବେକ୍ଷଣ କ୍ଷେତ୍ରରେ ସହଯୋଗ ପାଇଁ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହି ଅବସରରେ ତାଙ୍କର ମୋଜାମ୍ବିକ୍‍ ପ୍ରତିପକ୍ଷ ଆତାନାସିଓ ସାର୍ଭେଡର ଏମ୍‍ ଟୁଙ୍କେଙ୍କ ସହ ରାଜଧାନୀ ମୋପୁଟୋଠାରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳ ବୈଠକରେ ଆଲୋଚନା କରିଥିଲେ। ପ୍ରତିରକ୍ଷା କ୍ଷେତ୍ରରେ ଏହି ରାଜିନାମା ବିଶେଷ ସହାୟକ ହେବ। ମୋଜାମ୍ବିକ୍‍ ସହ ପ୍ରତିରକ୍ଷା ସହଯୋଗ ଏବଂ ଭାରତ ମହାସାଗର ଅଞ୍ଚଳରେ ନିରାପତ୍ତା ରକ୍ଷା କ୍ଷେତ୍ରରେ ମିଳିତ ଭାବେ କାମ କରିବା ପାଇଁ ଦୁଇ ନେତା ମଧ୍ୟ ଆଲୋଚନା କରିଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ଭାବରେ ରାଜନାଥ ପ୍ରଥମ ଥର ପାଇଁ ଆଫ୍ରିକୀୟ ଦେଶ ଗସ୍ତ କରିଛନ୍ତି। ପ୍ରତିନିଧିସ୍ଥରୀୟ କଥାବାର୍ତ୍ତା ବେଳେ ରାଜନାଥ ମୋଜାମ୍ବିକରେ ଚାଲିଥିବା ଶାନ୍ତି ପ୍ରକ୍ରିୟାର ସଫଳତା କାମନା କରିଛନ୍ତି। ମୋଜାମ୍ବିକ ଦିନକୁ ଦିନ ବୃଦ୍ଧି ପାଉଥିବା ଆତଙ୍କବାଦ ସମସ୍ୟାର ଦମନ ପାଇଁ ଭାରତର ସହଯୋଗ ଜରୁରୀ ବୋଲି କହିଛି। ସେ କ୍ଷେତ୍ରରେ ଭାରତ ସବୁ ପ୍ରକାର ସାହାଯ୍ୟ କରିବା ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରତିଶୃତି ଦେଇଛନ୍ତି। ରାଜନାଥଙ୍କ ସହ ଯାଇଥିବା ଭାରତୀୟ ପ୍ରତିନଧିସ୍ଥରୀୟ ଦଳ ସେଠାକାର ପ୍ରତିରକ୍ଷା ଓ ବିଦେଶ ମନ୍ତ୍ରାଳୟ ସହ ଆଲୋଚନା କରିଥିବା ଜଣାପଡିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

Related Articles

Popular Categories