www.samajalive.in
Tuesday, December 9, 2025
15.1 C
Bhubaneswar

୨୪୬ କୋଟିର ସମ୍ପତ୍ତି କୋରଖ କଲା ଇଡି

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗୁଟଖା ହେରଫେର ମାମଲାରେ ୨୪୬କୋଟି ଟଙ୍କାର ସମ୍ପତ୍ତି ଅସ୍ଥାୟୀ ରୂପେ କୋରଖ କରିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ କୋରଖ ସମ୍ପତ୍ତିରେ ତାମିଲନାଡୁ, ପୁଡୁଚେରୀ ଓ ଆନ୍ଧ୍ରପ୍ରଦେଶରେ ୧୭୪ଟି ଅସ୍ଥାବର ସମ୍ପତ୍ତି ରହିଛି। ମାଡ୍ରାସ ହାଇକୋର୍ଟ ଦ୍ୱାରା ନିର୍ଦ୍ଦେଶ ପରେ ସିବିଆଇ ଦ୍ୱାରା ରୁଜୁ ଏତଲା ଆଧାରରେ ତାମିଲନାଡୁ ସମେତ କେତେକ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧିକାରୀମାନଙ୍କ ବିରୁଦ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କଳାଧନ ବୈଧ ନିବାରଣ ଆଇନ୍‍ ଅଧୀନରେ ତଦନ୍ତ କରାଯାଇ ଏହି ପଦକ୍ଷେପ ନିଆଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ଗୁଟଖାର ଅବୈଧ ପ୍ରସ୍ତୁତି, ରପ୍ତାନି, ଯୋଗାଣ ଏବଂ ବିକ୍ରି ଉପରେ ତଦନ୍ତ କରିବାକୁ ଆଦେଶ ଦେଇଥିଲେ।

ସିବିଆଇ ପକ୍ଷରୁ ଗୁଟ୍‍ଖା ଓ ଅନ୍ୟାନ୍ୟ ତମାଖୁଜାତ ସାମଗ୍ରୀର ଅବୈଧ ଉତ୍ପାଦନ, ରପ୍ତାନୀ, ଯୋଗାଣ, ବଣ୍ଟନ ଓ ବିକ୍ରି ସଂକ୍ରାନ୍ତରେ ସିବିଆଇ ତାମିଲନାଡୁ ଓ ପୁଡୁଚେରୀରେ ତଦନ୍ତ କରୁଛି। ଏ.ଭି. ମାଧବରାଓ, ପି.ଭି. ଶ୍ରୀନିବାସ ରାଓ, ତଲାମ ଉମାଶଙ୍କର ଗୁପ୍ତା ଓ ଅନ୍ୟମାନେ ୨୦୧୩ ଜୁନ୍‍ ମାସରୁ ୨୦୧୬ ଜୁନ୍‍ ମାସ ପର୍ଯ୍ୟନ୍ତ ଅବୈଧ ଭାବେ ଗୁଟ୍‍ଖା ଓ ଅନ୍ୟାନ୍ୟ ତମାଖୁଜାତ ସାମଗ୍ରୀ ଉତ୍ପାଦନ ଓ ବିକ୍ରି କରି ୬୩୯ କୋଟି ଟଙ୍କାର କାରବାର କରିଥିବା ଜଣାପଡିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories