ରାଜ୍ୟରେ ଆରମ୍ଭ ହେବ ‘ମୋ କଲେଜ’ ଅଭିଯାନ
ଭୁବନେଶ୍ବର : ‘ମୋ ସ୍କୁଲ’ ଅଭିଯାନ ଭଳି ରାଜ୍ୟରେ ଖୁବଶୀଘ୍ର ‘ମୋ କଲେଜ’ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏନେଇ ମଙ୍ଗଳବାର ବିଧାନସଭାରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି। କଲେଜର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାସହ ପୂରାତନ ଛାତ୍ରଛାତ୍ରୀମାନଙ୍କୁ କଲେଜର ବିକାଶ ପାଇଁ ‘ମୋ କଲେଜ ଅଭିଯାନ‘ ଜରିଆରେ ଯୋଡା ହେବ ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।
ପୂର୍ବରୁ ସ୍କୁଲର ବିକାଶ ପାଇଁ ରାଜ୍ୟ ସରକାର ୨୦୧୭ ମସିହା ନଭେମ୍ବର ୧୪ରେ ‘ମୋ ସ୍କୁଲ’ ଅଭିଯାନ ଆରମ୍ଭ କରିଥିଲେ। ପୂରାତନ ଛାତ୍ରମାନେ ନିଜ ସ୍କୁଲର ଉନ୍ନତି ପାଇଁ ସାହାଯ୍ୟ କରିବେ ଆଉ ବର୍ତ୍ତମାନର ପିଲାଙ୍କୁ କେମିତି ଗୁଣାତ୍ମକ ଶିକ୍ଷା ପ୍ରଦାନ କରାହେବ ସେ ଦିଗରେ ସରକାରଙ୍କୁ ଉକ୍ତ ଅଭିଯାନ ମାଧ୍ୟମରେ ଅବଗତ କରାଇବାକୁ ଯୋଜନା ହୋଇଥିଲା।
Comments are closed.