ବିବାହର ବନ୍ଧନ ସାତ ଜନ୍ମର ବନ୍ଧନ ବୋଲି କୁହାଯାଏ। ଏହି ସଂପର୍କକୁ ଉଭୟ ପତି ପତ୍ନୀଙ୍କୁ ସାରା ଜୀବନ ଅତିବାହିତ କରିବାକୁ ପଡ଼ିଥାଏ। ଏକ ପବିତ୍ର ବନ୍ଧନ ଓ ବିଶ୍ୱାସ ସହ ଏହି ସଂପର୍କ ଜଡ଼ିତ ଓ ଏହାର ଡ଼ୋର ଦୁର୍ବଳ ହେଲେ ସାରା ଜୀବନ ଦୁଃଖରେ ଭରିଯାଏ ଓ ସମସ୍ତ ଖୁସି ଦୂର ହୋଇଯାଏ। କିଛି ସରଳ ସହଜ ଉପାୟରେ ଦ୍ୱାରା ଦାମ୍ପତ୍ୟ ଜୀବନକୁ ସୁଖମୟ କରିପାରିବା। ଜାଣନ୍ତୁ ଏହା ବିଷୟରେ….
ନିୟମିତ କଦଳୀ ବୃକ୍ଷକୁ ପୂଜା କଲେ, ଦାମ୍ପତ୍ୟ ଜୀବନରେ କଳହ ଦୂର ହୋଇଥାଏ।
ପ୍ରଭୁ ମହାଦେବ ଏବଂ ମାତା ପାର୍ବତୀଙ୍କୁ ନିୟମିତ ପୂଜାର୍ଚ୍ଚନା କଲେ, ଦାମ୍ପତ୍ୟ ଜୀବନରେ ସୁଖମୟ ହୋଇଥାଏ।
ଯେଉଁ ଗୃହରେ ମହିଳାମାନେ ନିୟମିତ ମା’ ତୁଳସୀ ବୃକ୍ଷକୁ ପୂଜା କଲେ ସୌଭାଗ୍ୟର ଆଶୀର୍ବାଦ ପ୍ରାପ୍ତି ହୋଇଥାଏ।
ଶୟନକକ୍ଷରୁ ନକରାତ୍ମକ ଶକ୍ତି ଦୂର କରିବା ନିମନ୍ତେ ୨ଟି କର୍ପୁର ଆଳତୀ ଶୟନକକ୍ଷରେ କରନ୍ତୁ।
ଶୟନକକ୍ଷରେ ଅଇଁଠା ବାସନ ଆଦୌ ରଖନ୍ତୁ ନାହିଁ। ଏହା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଯାଏ ଓ ଅଶାନ୍ତି ସୃଷ୍ଟି ହୋଇଥାଏ।
ଶୟନକକ୍ଷରେ କୌଣସି ଦେବାଦେବୀଙ୍କ ଫଟୋ ରଖନ୍ତୁ ନାହିଁ।
ପତିପତ୍ନୀଙ୍କ ଏକ ସୁନ୍ଦର ଓ ହସୁଥିବା ଫଟୋ ଗୃହର ଦକ୍ଷିଣ- ପଶ୍ଚିମ କୋଣରେ ଲଗାନ୍ତୁ। ଏହା ଦ୍ୱାରା ସଂପର୍କରେ ସର୍ବଦା ମଧୁରତା ରହିଥାଏ।
ଶୋଇବା ଖଟରେ କୌଣସି ପୋଷା ଜନ୍ତୁଙ୍କୁ ଚଢିବାକୁ ଦିଅନ୍ତୁ ନାହିଁ।
ଏହି ଉପାୟ ଦ୍ୱାରା ବୈବାହିକ ଜୀବନକୁ କରନ୍ତୁ ସୁଖମୟ
Popular Categories



