www.samajalive.in
Monday, December 8, 2025
14.1 C
Bhubaneswar

ଢ଼ାବାରୁ ନାବାଳକଙ୍କ ମୃତଦେହ ଉଦ୍ଧାର ଘଟଣା; ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତାରୋକ

ବାଲେଶ୍ବର: ବାଲିଆପାଳର ଢ଼ାବାରୁ ନାବାଳକଙ୍କ ମୃତଦେହ ଉଦ୍ଧାର ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ତୀବ୍ର ହେବାରେ ଲାଗିଛି । ଏହି ଘଟଣାର ପ୍ରକୃତ ତଦନ୍ତ ଏବଂ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ପ୍ରଦାନ ଦାବିରେ ଭୋଗରାଇ ବ୍ଲକ ଉଲୁଡ଼ାରେ ରାସ୍ତାରୋକ କରାଯାଇଛି । ରାସ୍ତାରେ ଟାୟାର ଜାଳି ଉତ୍ତ୍ୟକ୍ତଲୋକ ରାସ୍ତାରୋକ କରିଛନ୍ତି । କମର୍ଦ୍ଦା ପୁଲିସ ଲୋକଙ୍କ ସହ ଆଲୋଚନା ଜାରି ରଖିଛି ।

ସୂଚନାଯୋଗ୍ୟ, ବାଲେଶ୍ବର ଜିଲା ବାଲିଆପାଳ ଥାନା ଅନ୍ତର୍ଗତ ରାଜଧାନୀ ଢ଼ାବାରେ କାମ କରୁଥିବା ଉଲୁଡ଼ା ଗ୍ରାମର ବିଜୟ (୧୫)ଙ୍କ ମୃତଦେହ ଶୁକ୍ରବାର ସେହି ଢାବାରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହି ଘଟଣାକୁ ନେଇ ଗତକାଲି ସ୍ଥାନୀୟଲୋକ ତୁମୁଳକାଣ୍ଡ ଭିଆଇଥିଲେ । କେହି ଦୁର୍ବୃତ୍ତ ବିଜୟଙ୍କୁ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ କରି ସ୍ଥାନୀୟଲୋକେ ରାସ୍ତାରୋକ କରିଥିଲେ । ଏହି ଘଟଣାର ତଦନ୍ତ ପାଇଁ ପହଞ୍ଚିଥିବା ଆଇଆଇସିଙ୍କୁ ଉତ୍ତ୍ୟକ୍ତଲୋକେ ଗୋଡାଇ ଗୋଡାଇ ପିଟିଥିଲେ । ଘଟଣାସ୍ଥଳରେ ପୁଲିସର ଉଚ୍ଚାଧିକାରୀ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ପରେ ମୃତଦେହର ବ୍ୟବଚ୍ଛେଦ ପାଇଁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସଂନ୍ଧ୍ୟା ୫ଟା ହୋଇ ଯାଇଥିବାରୁ ବ୍ୟବଚ୍ଛେଦ କରାଯିବ ନାହିଁ ବୋଲି ଡାକ୍ତର ମନା କରିବା ପରେ ମୃତକଙ୍କ ପରିବାର ଲୋକେ ଘରକୁ ଫେରି ଯାଇଥିଲେ । କିନ୍ତୁ ଶନିବାର ଭୋରୁ ପୁଲିସ ମୃତଦେହକୁ ଆଣି ଗାଁ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ ହୋଇ ସାରିଥିବା ଜଣାପଡିଥିଲା। ଏହାକୁ ପୁଣି ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ସଂନ୍ଧ୍ୟା ୫ଟା ପରେ ବ୍ୟବଚ୍ଛେଦ ପାଇଁ ମନା କରିବା ପରେ ପୁଣି ରାତିରେ କିଭଳି ବ୍ୟବଚ୍ଛେଦ ହେଲା ବୋଲି ମୃତକଙ୍କ ପରିବାରଲୋକ ଅଭିଯୋଗ କରିଛନ୍ତି । ଉତ୍ତ୍ୟକ୍ତଲୋକେ ଉଲୁଡ଼ା ଗ୍ରାମରେ ରାସ୍ତା ଅବରୋଧ କରିବା ସହ ଆମ୍ବୁଲାନ୍ସ ଗାଡି ଏବଂ ପୁଲିସକୁ ଅଟକ ରଖିଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories