www.samajalive.in
Sunday, December 7, 2025
26.1 C
Bhubaneswar

ରୂପେଲୀ ପରଦାରେ କାର୍‍ଗିଲ ଯୁଦ୍ଧ

(ଉପସ୍ଥାପନା-ପ୍ରତିଜ୍ଞା ମିଶ୍ର) : ଜୁଲାଇ ୨୬ ତାରିଖ ଅର୍ଥାତ୍‍ କାଲି କାର୍‍ଗିଲ ବିଜୟର ୨୦ ବର୍ଷ ପୂରଣ ହେଉଛି। ୧୯୯୯ ମସିହାରେ ହୋଇଥିବା ଏହି ଯୁଦ୍ଧରେ ଭାରତ ପାକିସ୍ତାନକୁ ପରାସ୍ତ କରି ବିଜୟ ହାସଲ କରିଥିଲା। ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଏହି ଐତିହାସିକ ଯୁଦ୍ଧର ପୃଷ୍ଠଭୂମିକୁ ରୂପେଲୀ ପରଦାରେ ମଧ୍ୟ ଚିତ୍ରଣ କରାଯାଇଛି। କିଛି ବଲିଉଡ଼ ଚଳଚ୍ଚିତ୍ରରେ କାର୍‍ଗିଲ ଯୁଦ୍ଧର କାହାଣୀ ଦେଖିବାକୁ ମିଳିଛି। ଆସନ୍ତୁ ଜାଣିବା ସେହିସବୁ ଚଳଚ୍ଚିତ୍ର ବିଷୟରେ –

ଏଲ୍‍ଓସି କାର୍‍ଗିଲ(୨୦୦୩): ଏହି ଚଳଚ୍ଚିତ୍ରରେ କାର୍‍ଗିଲ ଯୁଦ୍ଧକୁ ସବୁଠାରୁ ଅଧିକ ବିସ୍ତୃତ ଭାବେ ପ୍ରଦର୍ଶନ କରାଯାଇଛି। ଜେପି ଦତ୍ତାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ସଞ୍ଜୟ ଦତ୍ତ, ଅୟୁବ ଖାନ୍‍, ସୁନୀଲ ଶେଟ୍ଟୀ, ଅଭିଷେକ ବଚ୍ଚନ ଓ ସୈଫ୍‍ ଅଲ୍ଲୀ ଖାନ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ଏହା ଅନେକାଂଶରେ ଭାରତୀୟ ସେନାର ‘ଅପରେଶନ ବିଜୟ’ ଉପରେ ଆଧାରିତ।

- Advertisement -

ଷ୍ଟମ୍ପ୍‍ଡ(୨୦୦୩): ଯୁଦ୍ଧ କେବଳ ଦେଶ ସୀମାରେ ହୋଇ ନ ଥାଏ ବରଂ କ୍ରୀଡ଼ା ଆଦି କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ ଦେଖାଦେଇଥାଏ। ‘ଷ୍ଟମ୍ପ୍‍ଡ’ ଚଳଚ୍ଚିତ୍ରରେ କାର୍‍ଗିଲ ଯୁଦ୍ଧ ସମେତ କ୍ରିକେଟ୍‍ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟସ୍ଥ ଯୁଦ୍ଧ ମଧ୍ୟ ଦେଖିବାକୁ ମିଳିଥିଲା। ଅଭିନେତ୍ରୀ ରବିନା ଟଣ୍ଡନ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଭାର ବହନ କରିବା ସହ ଜଣେ ସେନା ଅଧିକାରୀଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଥିଲେ।

ଲକ୍ଷ୍ୟ(୨୦୦୪): ଯୁଦ୍ଧ ସମୟରେ ଜଣେ ଦାୟିତ୍ୱହୀନ ତଥା ବେପରୁଆ ବ୍ୟକ୍ତି କିପରି ସମ୍ପୂର୍ଣ୍ଣ ବଦଳିଯାଇ ଏକ ଦାୟିତ୍ୱସମ୍ପନ୍ନ, ସାହସୀ ବ୍ୟକ୍ତି ପାଲଟି ଯାଇ ସେନାରେ ପ୍ରବେଶ କରୁଛି ତାହା ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିଛି। ଫରହାନ ଅଖ୍‍ତରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ହ୍ରିତିକ ରୋଶନ ଓ ପ୍ରୀତି ଜିଣ୍ଟାଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଥିଲା।

ଟ୍ୟାଙ୍ଗୋ ଚାର୍ଲି(୨୦୦୫): ମଣିଶଙ୍କରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ୍‍ ଓ ବବି ଦେଓଲଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଥିଲା। ଚଳଚ୍ଚିତ୍ରରେ ଶେଷ ଭାଗ ୧୯୯୯ କାରଗିଲ ଯୁଦ୍ଧ ଉପରେ ଆଧାରିତ।

ଧୂପ୍‍(୨୦୦୩): ୧୯୯୯ କାର୍‍ଗିଲ ଯୁଦ୍ଧରେ ଶହୀଦ ହୋଇଥିବା ଅନୁଜ ନାୟର(୨୨)ଙ୍କ ପରିବାରକୁ ନେଇ ଏହି ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି। ଏଥିରେ ନାୟରଙ୍କ ପିତା ଭୂମିକାରେ ଓମ୍‍ ପୁରୀ ଓ ମାଆ ଭୂମିକାରେ ରେବତୀ ଅଭିନୟ କରିଥିଲେ।

ମୌସମ(୨୦୧୧): ଏହି ଚଳଚ୍ଚିତ୍ରରେ ଏକ ପ୍ରେମୀ ଯୁଗଳଙ୍କ କାହାଣୀ ଦେଖିବାକୁ ମିଳିଥିଲା। ଯିଏ ସମସ୍ତ ବାଧାବିଘ୍ନ ବିରୋଧରେ ଯାଇ କାର୍‍ଗିଲ ଯୁଦ୍ଧ ସମୟରେ ନିଜ ପ୍ରେମ ପାଇଁ ଲଢୁଛନ୍ତି। ଏଥିରେ ଶାହିଦ୍‍ କପୁର ଓ ସୋନମ କପୁର ମୁଖ୍ୟ ଭୂମିକା ବହନ କରିଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories